ଅସ୍ତ୍ର ଧରିଥିବା ଲୁଟେରାଙ୍କ ସହ ଲଢ଼ିଲେ ବୃଦ୍ଧ ଦମ୍ପତି, ଦେଖନ୍ତୁ ଭିଡିଓ

ଚେନ୍ନାଇ: ସାହାସୀକତାର ପରିଚୟ ଦେଇଛନ୍ତି ତାମିଲନାଡୁର ବୃଦ୍ଧ ଦମ୍ପତି। ଧାରୁଆ ଅସ୍ତ୍ର ଧରି ଲୁଟ୍‌ କରିବାକୁ ଆସିଥିବା ଦୁଇ ଜଣ ଦୁର୍ବୃତ୍ତଙ୍କ ସହ ବୀରତାର ସହ ଲଢ଼େଇ କରି ଉଦାହାଣ ସୃଷ୍ଟି କରିଛନ୍ତି ତାମିଲନାଡୁର କଲ୍ୟାଣପୁରମରେ ରହୁଥିବା ୭୦ ବର୍ଷୀୟ ଶାନମୁଗାଭେଲ ଓ ତାଙ୍କ ପତ୍ନୀ। ସ୍ଲିପର, ଚେୟାର ଓ ଷ୍ଟୁଲ ଦ୍ୱାରା ବୃଦ୍ଧ ଦମ୍ପତି କେମିତି ଲୁଟେରାଙ୍କ ସହ ଲଢ଼େଇ କରିଥିଲେ, ଏହାର ପୂରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ରବିବାର ୭୦ ବର୍ଷୀୟ ଶାନମୁଗାଭେଲ ତାଙ୍କ ଘର ସାମ୍ନାରେ ଥିବା ଗାର୍ଡେନ ପାଖରେ ବସିଥିଲେ। ସେ ଟେବୁଲ ଉପରେ ଥିବା ଏକ ପେପର ଆଣିବାକୁ ଯାଉଥିବା ବେଳେ ହଠାତ୍‌ ଜଣେ ଲୁଟେରା ଏକ କପଡ଼ା ଦ୍ୱାରା ତାଙ୍କ ବେକକୁ ଚିପି ଧରିବାକୁ ଉଦ୍ୟମ କରିଥିଲା। ଶାନମୁଗାଭେଲ ଲୁଟେରା ସହ ଲଢ଼େଇ କରୁଥିବା ବେଳେ ତାଙ୍କ ପତ୍ନୀ ଦୌଡ଼ି ଆସି ଦୁର୍ବୃତ୍ତକୁ ଚପଲ ଫୋପାଡ଼ିଥିଲେ।

ଏହି ସମୟରେ ଆଉ ଜଣେ ଦୁର୍ବୃତ୍ତ ଶାନମୁଗାଭେଲଙ୍କ ପତ୍ନୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଶାନମୁଗାଭେଲ ପ୍ରଥମ ଦୁର୍ବୃତ୍ତର ପଞ୍ଝାରୁ ଖସି ଚେୟାର ଓ ଷ୍ଟୁଲ ଦ୍ୱାରା ସେମାନଙ୍କୁ ଆକ୍ରମଣ କରିଥିଲେ।

ଗୋଟିଏ ଦୁର୍ବୃତ୍ତ ବୁଦ୍ଧ ଦମ୍ପତିଙ୍କ ଆକ୍ରମଣାତ୍ମ ରୂପ ଦେଖି ଦୌଡ଼ି ଚାଲି ଯାଇଥିଲା। କିନ୍ତୁ ଆଉ ଜଣେ ଦୁର୍ବୃତ୍ତ କ୍ରମାଗତ ଭାବେ ବୃଦ୍ଧ ଦମ୍ପତିଙ୍କୁ ଅସ୍ତ୍ର ଦେଖାଇ ଭୟଭୀତ କରିବାକୁ ଚେଷ୍ଟା କରିଥିଲା। ହେଲେ ଶେଷରେ ସିଏ ମଧ୍ୟ ହାରମାନି ଘଟଣା ସ୍ଥଳରୁ ଚମ୍ପଟ ମାରିବାକୁ ବାଧ୍ୟ ହୋଇଥିଲା। ପୁଲିସ୍‌ ଏବେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଦେଖନ୍ତୁ ଭିଡିଓ