ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ବାଜିଲା ନିର୍ବାଚନ ବିଗୁଲ୍‌

ନୂଆଦିଲ୍ଲୀ: ଉତ୍ତର ପୂର୍ବାଞ୍ଚଳର ୩ଟି ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ଆଜି ବିଗୁଲ୍ ବାଜିଛି। ନିର୍ବାଚନ କମିଶନ ଅଚଳ ଜ୍ୟୋତି ଏହି ତିନୋଟି ରାଜ୍ୟର ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ତ୍ରିପୁରାରେ ଫେବ୍ରୁଆରୀ ୧୮ ତାରିଖରେ ନିର୍ବାଚନ ହେବ। ସେହିପରି ମେଘାଳୟ ଓ ନାଗାଲାଣ୍ଡରେ ଫେବ୍ରୁଆରୀ ୨୭ ତାରିଖରେ ମତଦାନ ହେବ ।

ତିନିଟି ଯାକ ରାଜ୍ୟରେ ଭୋଟ ଗଣତି ମାର୍ଚ୍ଚ ୩ ତାରିଖରେ ହେବ। ଏହି ୩ଟି ଯାକ ରାଜ୍ୟର ବିଧାନସଭା ହେଉଛି ୬୦ ଆସନ ବିଶିଷ୍ଟ।  ମେଘାଳୟରେ କଂଗ୍ରେସ ସରକାର ଥିବାବେଳେ ନାଗାଲାଣ୍ଡରେ ନାଗାଲାଣ୍ଡ ପିପୁଲସ୍ ଫ୍ରଣ୍ଟ ସରକାର କ୍ଷମତାରେ ଅଛି। ବାମପନ୍ଥୀଙ୍କ ଗଡ଼ କୁହାଯାଉଥିବା ତ୍ରିପୁରାରେ ସିପିଏମ୍‌ ସରକାର ଅଛି। ଲଗାତାର ଚତୁର୍ଥ ଥର ପାଇଁ ମାଣିକ ସରକାର ମୁଖ୍ୟମନ୍ତ୍ରୀ ଅଛନ୍ତି।