ନିର୍ବାଚନ କମିସନଙ୍କୁ ଧମକାଇଲେ ପ୍ରକାଶ ଆମ୍ବେଦକର, ଏଫଆଇଆର ଦାଖଲ

ମୁମ୍ବାଇ: ଦଳିତ ନେତା ବାବାସାହେବ ଆମ୍ବେଦକରଙ୍କ ନାତି ପ୍ରକାଶ ଆମ୍ବେଦକରଙ୍କ ବିରୋଧରେ ନିର୍ବାଚନ ଆୟୋଗ ଏଫଆଇଆର ଦାଖଲ କରିଛି । କ୍ଷମତାକୁ ଆସିଲେ ଦୁଇ ଦିନ ଭିତରେ ନିର୍ବାଚନ କମିସନଙ୍କୁ ଜେଲରେ ପୁରାଇଦେବୁ ବୋଲି ଭାରିପ ବହୁଜନ ମହାସଙ୍ଘ (ବିବିଏମ)ର ପ୍ରମୁଖ ନେତା ପ୍ରକାଶ ଆମ୍ବେଦକର ୟବତମାଳ ଅଞ୍ଚଳରେ ପ୍ରଚାର ବେଳେ ଏହା କହିଥିଲେ।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ କହିବାକୁ ନିର୍ବାଚନ କମିଶନ ରୋକ ଲଗାଇଥିବାରୁ ଏପରି କହିଥିବା ଜଣାପଡ଼ିଛି। ସେନାଙ୍କର ବଳିଦାନ ବାବଦରେ ରାଜନୈତିକ ଦଳମାନେ କହିବେ, ସମ୍ବିଧାନ ଏଥିପାଇଁ ସ୍ବତନ୍ତ୍ର ଅଧିକାର ଦେଇଛି ବୋଲି ୨ଥର ସାଂସଦ ହୋଇଥିବା ପ୍ରକାଶ ଆମ୍ବେଦକର ପ୍ରଚାର ବେଳେ କହିଥିଲେ।

ମହାରାଷ୍ଟ୍ରର ସୋଲାପୁର ଏବଂ ଅକୋଳାରୁ (ବଞ୍ଚିତ ବହୁଜନ ଅଘାଡ଼ଡି) ଦଳର ସାଂସଦ ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି ପ୍ରକାଶ ଆମ୍ବେଦକର। ଗତକାଲି ପ୍ରକାଶଙ୍କ ଏହି ବୟାନ ପରେ ନିର୍ବାଚନ କମିସନ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କଠାରୁ ରିପୋର୍ଟ ମାଗିଥିଲେ।