ଏକଜିଟ୍ ପୋଲ୍ ଉପରେ ରୋକ ଲଗାଇଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଆସନ୍ତା ସୋମବାରଠାରୁ ବିଭିନ୍ନ ପର୍ଯ୍ୟାୟରେ ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ମିଜୋରାମ, ତେଲେଙ୍ଗାନା ଓ ରାଜସ୍ଥାନ ବିଧାନସଭା ପାଇଁ ଭୋଟ୍ ଗ୍ରହଣ ହେବ। ଡିସେମ୍ବର ୭ରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ସହ ଡିସେମ୍ବର ୧୧ରେ ଏକକାଳୀନ ୫ ରାଜ୍ୟର ଫଳ ପ୍ରକାଶ ପାଇବ।
ତେବେ ଏହା ପୂର୍ବରୁ ନିର୍ବାଚନ କମିଶନ ଦୀର୍ଘ ଏକମାସ ପାଇଁ ବିଭିନ୍ନ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା ପକ୍ଷରୁ କରାଯାଉଥିବା ଏକଜିଟ୍ ପୋଲ୍ ଉପରେ ରୋକ ଲଗାଇଛନ୍ତି। ନଭେମ୍ବର ୧୨ରୁ ଡିସେମ୍ବର ୭ ସନ୍ଧ୍ୟା ୫.୩୦ ଯାଏ କୌଣସି ପ୍ରକାରର ଏକଜିଟ୍ ପୋଲ ଫଳାଫଳ ଗଣମାଧ୍ୟମରେ ପ୍ରକାଶ ପାଇବ ନାହିଁ ବୋଲି ନିର୍ବାଚନ କମିଶନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।
ଛତିଶଗଡ଼ରେ ନଭେମ୍ବର ୧୨ ଓ ୨୦ ତାରିଖ ଦୁଇଟି ପର୍ଯ୍ୟାୟରେ ଭୋଟ୍ ହେବ। ସେହିପରି ନଭେମ୍ବର ୨୮ରେ ମଧ୍ୟପ୍ରଦେଶ ଓ ମିଜୋରାମରେ ଭୋଟ ଗ୍ରହଣ ହେବ। ରାଜସ୍ଥାନ ଓ ତେଲେଙ୍ଗାନାରେ ଡିସେମ୍ବର ୭ରେ ମତଦାନ ଅନୁଷ୍ଠିତ ହେବ।
ରିପ୍ରେଜେନଟେସନ୍ ଅଫ୍ ପିପୁଲ୍ସ ଆକ୍ଟ ୧୯୫୧ ଅନୁଯାୟୀ, ନିର୍ବାଚନ କମିଶନ ଏକଜିଟ୍ ପୋଲ୍ ଉପରେ ଏଭଳି ରୋକ ଲଗାଇଛନ୍ତି।