କାଉଣ୍ଟଡାଉନ୍‌ ଆରମ୍ଭ, ରାତିପାହିଲେ ୫ଟି ରାଜ୍ୟରେ ନିର୍ବାଚନ ଫଳାଫଳ ଘୋଷଣା

ନୂଆଦିଲ୍ଲୀ:ପୁରାଦେଶର ନଜର ଏବେ ବିଧାନସଭା ଫଳାଫଳ ଉପରେ । ଆସନ୍ତା କାଲି ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ଭୋଟ ଗଣତି । ତେବେ ସମସ୍ତଙ୍କର ଫୋକସ୍‌ ରହିଛ ଦେଶର ସର୍ବବୃହତ ରାଜ୍ୟ ଉତ୍ତରପ୍ରଦେଶ ଉପରେ । ଏଠାରେ ବିଜେପିକୁ ବହୁମତ ମିଳିବା ନେଇ କେତେକ ଏକ୍‌ଜିଟ୍‌ ପୋଲ୍‌ରେ ପୂର୍ବାନୁମାନ କରାଯାଇଥିବା ବେଳେ ଆଉ କିଛି ଏକ୍‌ଜିଟ୍‌ ପୋଲ୍‌ ୟୁପିରେ ଝୁଲା ବିଧାନସଭା ହେବ ବୋଲି ପୂର୍ବାନୁମାନ କରିଛନ୍ତି । ଜାତୀୟ ରାଜନୀତିକୁ ସବୁଠୁ ଅଧିକ ପ୍ରଭାବିତ କରୁଥିବା ସର୍ବବୃହତ ରାଜ୍ୟରେ ଜନମତ କାହା ସପକ୍ଷରେ ଯିବ ତାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା । ପଂଜାବରେ କଂଗ୍ରେସ ଓ ଆପ୍‌ ମଧ୍ୟରେ କଡା ଟକ୍କର ହେବ ବୋଲି ଆଶା କରାଯାଉଥିବା ବେଲେ ଅନ୍ୟ ତିନିଟି ରାଜ୍ୟରେ ବିଜୋପିର ପଲ୍ଲା ଭାରି ରହିଛି । ୟୁପିରେ ବିଶେଷ କରି ବିଜେପି ପାଇଁ ସମ୍ମାନର ପ୍ରଶ୍ନ, ଦିର୍ଘ ୧୫ ବର୍ଷ ପରେ ବିଜେପି କମ୍‌ବ୍ୟାକ କରିବା ଆଶାରେ ରହିଛି । ସେପଟେ ଏସ୍‌ପି-କଂଗ୍ରେସ ମେଣ୍ଟକୁ ଯଦି ସ୍ପଷ୍ଟ ବହୁମତ ନମିଳେ ତେବେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ଲାଗି ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦାବ ବିଏସ୍‌ପି ସହ ହାତ ମିଳେଇବାକୁ ସୂଚନା ଦେଇଛନ୍ତି ।