ଗୋଆ ଓ ମଣିପୁରରେ କାହାକୁ ମିଳିନି ସଂଖ୍ୟାଗରିଷ୍ଠତା

ଲକ୍ଷ୍ନୌ:ପାଞ୍ଚଟି ରାଜ୍ୟରେ ନିର୍ବାଚନ ଫଳାଫଳ ସମ୍ନାକୁ ଆସିଛି। ଯୋଉଁଥିରେ ୩ଟି ରାଜ୍ୟରେ କ୍ଲିୟର୍‌ ମେଜେରିଟି ମିଳିଥିବା ବେଲେ ୨ଟି ରାଜ୍ୟରେ କାହାକୁ ସଂଖ୍ୟା ଗରିଷ୍ଠତା ମିଳିନାହି। ୟୁପି,ଉତ୍ତରାଖଣ୍ଡରେ ବିଜେପିକୁ ଅଦ୍ଭୁତ ସଫଳତା ମିଳିଥିବା ସହ ବିଜେପି ସରକାର କରିବାକୁ ଯାଉଥିବା ବେଳେ ପଞ୍ଜାବରେ କଂଗ୍ରେସ ସରକାର କରିବ। ହେଲେ ମଣିପୁର ଓ ଗୋଆରେ କାହାରିକୁ କ୍ଲିୟର୍‌ ମେଜେରିଟି ମଳି ନଥିବାବେଳେ ଏବେ କିଏ ଏହି ଦୁଇ ରାଜ୍ୟରେ ସରକାର କରିବ ଏନେଇ ଉଭୟ ବିଜେପି ଓ କଂଗ୍ରେସଙ୍କ ମଧ୍ୟରେ ଆରମ୍ଭ ହୋଇଛି କସରତ୍‌। ଅନ୍ୟପଟେ ମଣିପୁର ଓ ଗୋଆରେ ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ବିଜେପି ହିଁ କରିବ ବୋଲି  ଅମିତ ଶାହା ଦୃଢକ୍ତି ପ୍ରକାସ କରିଛନ୍ତି।