ଇମାନୁଏଲ୍‌ ମାକ୍ରୋନ୍‌ ହେଲେ ଫ୍ରାନ୍ସ ରାଷ୍ଟ୍ରପତି

ପ୍ୟାରିସ୍‌: ଫ୍ରାନ୍ସରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଇମାନୁଏଲ୍‌ ମାକ୍ରୋନ୍‌ ବିଜୟୀ ହୋଇଛନ୍ତି। ୩୯ ବର୍ଷୀୟ ମାକ୍ରୋନ୍‌ ଫ୍ରାନ୍ସର ଯୁବ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି। ସେ ତାଙ୍କ ବିରୋଧୀ ଦକ୍ଷିଣପନ୍ଥୀ ମେରେ ଲ’ ପେନ୍‌ଙ୍କୁ ପରାସ୍ତ କରିଛନ୍ତି।

ମାକ୍ରୋନ୍‌ଙ୍କ ପ୍ରାୟ ୬୪ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଥିବା ଜଣାପଡ଼ିଛି।

ମାକ୍ରୋନ୍‌ କହିଛନ୍ତି,“ଫ୍ରାନ୍ସର ଲମ୍ୱା ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଫ୍ରାନ୍ସବାସୀଙ୍କ ଆଶା ଓ ବିଶ୍ୱାସ ଅତୁଟ ରଖିବି।”

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଡ୍ରମ୍ପ୍ ଫ୍ରାନ୍ସର ନୂତନ ରାଷ୍ଟ୍ରପତି ମାକ୍ରୋନ୍‌ଙ୍କୁ ଶଭେଚ୍ଛା ଜଣାଇଛନ୍ତି।

ସୌଜନ୍ୟ-ନବଭାରତ ଟାଇମସ୍‌

ଫଟୋ-ନବଭାରତ ଟାଇମସ୍‌