ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ :୪ ଆତଙ୍କବାଦୀ ନିହତ, ୩ ଯବାନ ସହିଦ

ନୂଆଦିଲ୍ଲୀ: ଉତ୍ତର କଶ୍ମୀର ସୀମାରେ ପାକ୍‌ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା। ତେବେ ଏହି ସମୟରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ୪ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେହିପରି ଭାରତର ୩ ଜଣ ଯବାନ ସହିଦ ହୋଇଛନ୍ତି। ଏ ସମ୍ପର୍କରେ ରବିବବାର ସେନା ପକ୍ଷରୁ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରୁ ଉତ୍ତର କଶ୍ମୀରର ଏଲଓସି ନିକଟସ୍ଥ ନାଉଗମ୍‌ ଅଞ୍ଚଳ ଦେଇ ପାକିସ୍ତାନ ଆତଙ୍କବାଦୀମାନେ ଅନୁପ୍ରବେଶ ପାଇଁ ଉଦ୍ୟମ କରିଥିଲେ।

ତେଣୁ ଗତକାଲି ରାତିଠାରୁ ଗୁଳି ବିନିମୟ ଜାରି ରହିଥିଲା। ତେବେ ଏହି ଅପରେଶନ ଆଜି ଶେଷ ହୋଇଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ଏଥିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଭାରତର ୩ ଜଣ ଯବାନ ସହିଦ ହୋଇଛନ୍ତି।