ତେନ୍ଦୁଲକରଙ୍କ ଝିଅର ପିଛା ଛାଡ଼ୁନି ବିବାଦ: ଫେକ୍‌ ଆକାଉଣ୍ଟ୍‌ ତିଆରି କରି ଇଂଜିନିୟର ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଷ୍ଚର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କ ନାଁରେ ଫେକ୍‌ ଟ୍ୱିଟର୍‌ ଆକାଉଣ୍ଟ ତିଆରି କରି ଇଂଜିନିୟର ଗିରଫ। ଏହି ଇଂଜିନିୟରଙ୍କ ନାଁ ନିତୀନ ସିଶୋଦ। ମୁମ୍ବାଇର ମିଲିଟାରୀ ରୋଡ଼ରେ ଥିବା ତାଙ୍କ ନିଜ ଘରୁ ନିତୀନଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଏନସିପି ସୁପ୍ରିମୋ ଶରତ ପାୱାରଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ନିତୀନ। ୩୯ ବର୍ଷିୟ ନିତୀନ ଜଣେ ଇଂଜିନିୟର ହୋଇଥିବା ବେଳେ ପୂରୁଣା ଲାପଟପ୍‌ କିଣା ବିକା ମଧ୍ୟ କରିଥାନ୍ତି।

ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କ ନାଁରେ ଫେକ୍‌ ଟ୍ୱିଟର୍‌ ଆକାଉଣ୍ଟ ତିଆରି ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ନିତୀନଙ୍କୁ ଗିରଫ କରିଛି। ଏହି ଆକାଉଣ୍ଟରୁ ସେ ଅନେକ ଟ୍ୱିଟ୍‌ ମଧ୍ୟ କରିଥିବା ଅଭିଯୋଗ ହୋଇଥିଲା। ଯେଉଁଥିରେ ରାଜନୀତି ସମ୍ଭନ୍ଧିୟ ଟ୍ୱିଟ୍‌ ମଧ୍ୟ ସାମିଲ ଥିଲା।