ଦେଶର ୬୦ ପ୍ରତିଶତ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ବେକାରୀ

ନୂଆଦିଲ୍ଲୀ: ଦେଶର ଛତୁଫୁଟିଲା ଭଳି ଖୋଲୁଛି  ଇଞ୍ଜିନିୟର କଲେଜ। ହେଲେ ସେହି ଅନୁଯାୟୀ  ଛାତ୍ରଛାତ୍ରୀଙ୍କୁ ମିଳୁନି ଚାକିରୀ। ପ୍ରତିବର୍ଷ ଦେଶର ୮ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୦ ପ୍ରତିଶତ ବେକାରୀ ରହୁଛନ୍ତି। ଅର୍ଥାତ ଏମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ମିଳିପାରୁ ନାହିଁ। ସର୍ବଭାରତୀୟ ବୈଶୟିକ ଶିକ୍ଷା ପରିଷଦ ପକ୍ଷରୁ ଏହା ଜଣାପଡ଼ିଛି। ବର୍ଷକୁ ପ୍ରାୟ ୨୦ ଲକ୍ଷ ପିଲାଙ୍କ କ୍ୟାରିୟର ନଷ୍ଟ ହେଉଛି। ଏହାକୁ ଦୃଷ୍ଟିରେ ରଖି ଦେଶର ମାନବ ସମ୍ବଳ ପକ୍ଷରୁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା  କରିବାକୁ ଯୋଜନା ହୋଇଛି। ବୈଶୟିକ ଶିକ୍ଷା ପାଇଁ ଏକକ ଏଣ୍ଟ୍ରାସ ଉଠାଇ(ନ୍ୟାଶନାଲ ଏଣ୍ଟ୍ରାସ ଏକ୍ସଜାମ)  ଏହା ବଦଳରେ ବିକଳ୍ପ ବ୍ୟବସ୍ଥା କରାଯିବାକୁ  ସରକାର ବିଚାର କରୁଛନ୍ତି। ଏନେଈ ୨୦୧୮ ସୁଦ୍ଧା ନିଷ୍ପତ୍ତି ଚୂଡ଼ାନ୍ତ ହୋଇପାରେ।