ପରିବେଶକୁ ନେଇ ଦେଶରେ ପ୍ରଥମେ କାମ ଆରମ୍ଭ କରିଥିବା ଅନୁପମ ମିଶ୍ରା ଆଉ ନାହାଁନ୍ତି

ନୂଆଦିଲ୍ଲୀ: ବିଶିଷ୍ଟ ପରିବେଶବିତ୍‌ ଏବଂ ଗାନ୍ଧୀବାଦୀ ଅନୁପମ ମିଶ୍ରା ଆଉ ନାହାଁନ୍ତି। ଅଜି ଭୋରୁ ସେ ଏମ୍‌ସରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୮ବର୍ଷ ହୋଇଥିଲା। ଖବର ମୁତାବକ ଗତବର୍ଷ ଠାରୁ ସେ କର୍କଟ ରୋଗରେ ପୀଡିତ ଥିଲେ।

ମିଶ୍ରା ଗାନ୍ଧୀଶାନ୍ତି ପ୍ରତିଷ୍ଠାନର ଟ୍ରଷ୍ଟି ଏବଂ ରାଷ୍ଟ୍ରୀୟ ଗାନ୍ଧୀ ସ୍ମାରକ ନିଧିର ଉପାଧ୍ୟକ୍ଷ ଥିଲେ। ସେ ପରିବେଶ ସହ ଭାଷାକୁ ନେଇ ମଧ୍ୟ ଅନେକ କାମ କରିଛନ୍ତି। ଜଳ ସଂରକ୍ଷଣ ଉପରେ ଲେଖିଥିବା ପୁସ୍ତକ ‘ଆଜ ଭି ଖରେ ହେଁ ତାଲାବ’ କାଫି ଚର୍ଚ୍ଚାରେ ରହିବା ସହ ବହୁ ଭାଷାରେ ଏହାର ଅନୁବାଦ ମଧ୍ୟ କରାଯାଇଥିଲା।

ଦେଶରେ ପ୍ରଥମ କରି ସେ ପରିବେଶ ଉପରେ କାମ କରିବା ଆରମ୍ଭ କରିଥିଲେ ଯେଉଁ ସମୟରେ ସରାକରଙ୍କର ପରିବେଶ ସଂପର୍କିତ କୌଣସି ବିଭାଗ ମଧ୍ୟ ନଥିଲା।