ଘର କରିବା ପାଇଁ ପିଏଫ ଆକାଉଣ୍ଟରୁ ଉଠାଇ ହେବ ୯୦ ପ୍ରତିଶତ ଅର୍ଥ,ସରକାର କହିଲେ ଖୁବ୍ ଶୀଘ୍ର ବ୍ୟବସ୍ଥା

 

ନୂଆଦିଲ୍ଲୀ: ଏଣିକି ଇପିଏଫ ଆକାଉଣ୍ଟଧାରୀଙ୍କ ପାଇଁ ଘର କରିବା ସହଜ ହେବ। ପିଏଫ ଅକାଉଣ୍ଟରୁ ଉଠାଇ ହେବ ୯୦ ପ୍ରତିଶତ ଅର୍ଥ। ଏନେଇ କେନ୍ଦ୍ରସରକାର ଖୁବ୍ ଶୀଘ୍ର ବ୍ୟବସ୍ଥା କରିବାକୁ ଯାଉଛନ୍ତି। ବୁଧବାର ସଂସଦରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ଏହି ତଥ୍ୟ ରଖିଛନ୍ତି । ଇପିଏଫ ସ୍କିମ୍‌ରେ କିଛି ପରିବର୍ତ୍ତନ କରିବାକୁ ଯୋଜନା କରିଛନ୍ତି ସରକାର। ତେବେ ନୂତନ ପ୍ରସ୍ତାବ ଅନୁଯାୟୀ, ଇପିଏଫ ଅକାଉଣ୍ଟ ଥିବା ପ୍ରତି ୧୦ ଜଣ ଏକ କୋଅପରେଟିଭ ସୋସାଇଟି ବା ହାଉସିଂ ସୋସାଇଟି ଗଠନ କରିବା ଜରୁରୀ। ତେବେ ଯାଇ ଏହି ଅର୍ଥ ଉଠାଯାଇପାରିବ ବୋଲି ସରକାର କହିଛନ୍ତି। ଏବେ ଦେଶରେ ୧୭.୧୪ କୋଟି ଇପିଏଫ କର୍ମଚାରୀ ଅଛନ୍ତି।