କମଲନାଥ ସରକାରଙ୍କ ବିଜ୍ଞାପନରେ ଭୁଲ୍, ଶିବରାଜ ପଚାରିଲେ ତୃତୀୟ ହାତଟି କାହାର?

ଭୋପାଲ: ମଧ୍ୟପ୍ରଦେଶରେ କ୍ଷମତା ପରିବର୍ତ୍ତନ ହେବା ପରେ ବିଜେପି ଏବେ କଂଗ୍ରେସ ବିରୋଧରେ ଆକ୍ରମଣାତ୍ମକ ମନୋଭାବ ଆପଣାଇଛି। ନିକଟରେ ମଧ୍ୟପ୍ରଦେଶ ସରକାର ଚାଷୀଙ୍କୁ ନେଇ ‘ଖୁଶହାଲ ଚାଷୀ’ ଶୀର୍ଷକ ଥାଇ ଏକ ବିଜ୍ଞାପନ ପ୍ରକାଶ କରିଛନ୍ତି। ଏହି ବିଜ୍ଞାପନରେ ତିନୋଟି ହାତ ଦେଖିବାକୁ ମିଳିଛି। ଦୁଇଟି ହାତ ଜଣେ ବୃଦ୍ଧା ମହିଳାଙ୍କର ଜଣାପଡ଼ିଛି। ହେଲେ ଅନ୍ୟ ଗୋଟିଏ ହାତଟି କାହାର ବୋଲି ବିଜେପି ପ୍ରଶ୍ନ କରିଛି।
ବିଜ୍ଞାପନ ପାଇଁ ଫଟୋ ଏଡିଟ କଲା ବେଳେ ଭୁଲ୍ ହୋଇଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି ଜଣାପଡ଼ିଛି। ହେଲେ ସରକାରଙ୍କ ଏହି ବିଜ୍ଞାପନ ବିଭିନ୍ନ ହୋର୍ଡିଂରେ ସ୍ଥାନ ପାଇବା ପରେ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।