ଛାତ୍ରୀଙ୍କୁ ପ୍ରଫେସରଙ୍କ ଅସଦାଚରଣ:  କହିଲେ ମତେ କିସ୍‌ କର, ହଗ୍‌ କର   

ନୂଆଦିଲ୍ଲୀ: ଫ୍ରଫେସରଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ।  ଅସଦାଚରଣ ଗତବର୍ଷର ହୋଇଥିଲେ ବି ଏହାର ଭିଡିଓ ଭାଇରାଲ୍ ହେବା ପରେ ପଦାକୁ ଆସିଛି କଥା। ସମ୍ପୃକ୍ତ ପ୍ରଫେସର ଜଣକ ଛାତ୍ରୀ ଜଣକୁ କିସ୍ କରିବା ସହ ଆଲିଙ୍ଗନ(ହଗ୍‌) କରିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଥିଲା। ଭିଡିଓରେ ପୀଡ଼ିତା ଛାତ୍ରୀ ଜଣକ ଅଧ୍ୟାପକଙ୍କ ନିର୍ଯାତନା ସହି ନ ପାରି ଚାପୁଡ଼ା ମାରୁଥିବାର ଦୃଶ୍ୟ ରହିଛି ପ୍ରଫେସରଙ୍କ ବିରୋଧରେ।  ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଭିନ୍ନ ଛାତ୍ର ସଂଗଠନ । ଏପରିକି ଅତ୍ୟାଚାରକୁ ସହ୍ୟ  ନ କରିପାରି ଫ୍ରଫେସରଙ୍କୁ ପାନେ ଦେଇଥିଲେ ସମ୍ପୃକ୍ତ ପୀଡ଼ିତା। ଶ୍ରେଣୀଗୃହ ମଧ୍ୟରେ ଫ୍ରଫେସରଙ୍କୁ ଚାପୁଡ଼ା ମାରିଥିଲେ।  ଯାହାର ଭିଜୁଆଲ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଭାଇରାଲ ହୋଇଥିବା ଭିଡିଓଟି ଗତ ବର୍ଷ ଏପ୍ରିଲ ମାସରା ଅଭିଯୋଗ ଅନୁସାରେ, ଶ୍ରେଣୀଗୃହ ମଧ୍ୟରେ ଛାତ୍ରୀଙ୍କ ସହ ହୋଇଥିଲା ଅସଦାଚରଣ।  ଯାହାକୁ ପ୍ରତିବାଦ କରିଥିଲେ ଛାତ୍ରୀ।  ତେବେଏହା ତାଙ୍କ ପାଇଁ ପଡ଼ିଥିଲା  ମହଙ୍ଗା। ଘଟଣା ପରେ ଛାତ୍ରୀଙ୍କ ଉପରେ ମିଥ୍ୟା ଅଭିଯୋଗ ଲଗାଇ କଲେଜ୍‌ରୁ ବହିଷ୍କୃତ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତା । ସେପଟେ ଘଟଣାକୁ ନେଇ ତ୍ରୀବ ପ୍ରତିକ୍ରିୟା ପ୍ରକାଶ ପାଇଛିା  କୁଳପତିଙ୍କୁ ଏନେଇ ଅଭିଯୋଗ କରିବା ସହ କଲେଜ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଭିନ୍ନ ଛାତ୍ର ସଂଗଠନ।