କୋଇଲା ଦୁର୍ନୀତି: ତିନି ଅଧିକାରୀ ଦୋଷୀ

ନୂଆଦିଲ୍ଲୀ: କୋଇଲା ଦୁର୍ନୀତିରେ ସାମିଲ ଅଭିଯୋଗରେ ପୂର୍ବତନ କୋଇଲା ସଚିବ ଏଚ.ସି. ଗୁପ୍ତା ଗୁପ୍ତାଙ୍କ ସହ ଅନ୍ୟ ଦୁଇଜଣ  ଅଧିକାରୀଙ୍କୁ ମଧ୍ୟ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଛି। ସେମାନେ ହେଲେ କୋଇଲା ମନ୍ତ୍ରାଳୟର ପୂର୍ବତନ ଯୁଗ୍ମ ସଚିବ କେ.ଏସ. କ୍ରୋଫା ଓ କୋଇଲା ଆବଣ୍ଟନ ଦାୟିତ୍ୱରେ ଥିବା ନିର୍ଦ୍ଦେଶକ କେ.ସି. ସମରିଆ।

ମଧ୍ୟପ୍ରଦେଶରେ ଏକ କୋଇଲା ଖଣିକୁ ବେଆଇନ ଭାବେ ଏକ ଘରୋଇ କମ୍ପାନୀକୁ ଦିଆଯାଇଥିବା ଅଭିଯୋଗରେ ସେମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

କଂଗ୍ରେସ ଶାସିତ ୟୁପିଏ ସରକାରରେ ଏଚ.ସି. ଗୁପ୍ତା କୋଇଲା ସଚିବ ଥିଲାବେଳେ ତାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି କୋଇଲା ଖଣି ଆବଣ୍ଟନରେ ସ୍ୱଚ୍ଛତା ଅବଲମ୍ବନ କରି ନ ଥିବା ଅଭିଯୋଗ ହୋଇଥିଲା।  ଏନେଇ ତାଙ୍କ ବିରୋଧରେ ୮ଟି ମାମଲା ରୁଜୁ ହୋଇଛି।