ପତ୍ନୀଙ୍କ ସହ ବିଜେପିରେ ମିଶିଲେ ଏହି ପୂର୍ବତନ କଂଗ୍ରେସ ସାଂସଦ

ନୂଆଦିଲ୍ଲୀ: କଂଗ୍ରେସ ଓ ରାଜ୍ୟସଭା ସାଂସଦ ପଦରୁ ମଙ୍ଗଳବାର ଇସ୍ତଫା ଦେଇଥିବା ସଞ୍ଜୟ ସିଂହ ଆଜି ପତ୍ନୀ ଅମ୍ରିତାଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି। ଆଜି ଦିଲ୍ଲୀରେ ଏଥିପାଇଁ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା।

ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଉଭୟ ସଞ୍ଜୟ ଓ ଅମ୍ରିତା ପଦ୍ମ ଧରିଛନ୍ତି। ସଞ୍ଜୟ ସିଂହଙ୍କୁ କଂଗ୍ରେସ ଆସାମରୁ ରାଜ୍ୟସଭାକୁ ପଠାଇଥିଲା। ସେହିପରି ଅମ୍ରିତା ଉତ୍ତର ପ୍ରଦେଶରେ ସର୍ବଭାରତୀୟ ପ୍ରଫେସନାଲ କଂଗ୍ରେସର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ।

ଏବେ କଂଗ୍ରେସ ଦଳରେ ନେତୃତ୍ୱ ସଙ୍କଟ ଚାଲିଥିବାରୁ, ଏଥିରେ କ୍ଷୁବ୍ଧ ହୋଇ ଉଭୟ ଦଳ ଛାଡ଼ିଥିବା କହିଛନ୍ତି। ୨୦୧୯ ନିର୍ବାଚନରେ ସଞ୍ଜୟ ସିଂହ ସୁଲତାନପୁରରୁ କଂଗ୍ରେସ ଟିକେଟ୍‌ରେ ଲଢ଼ିଥିଲେ। ହେଲେ ତାଙ୍କୁ ବିଜେପିର ମାନେକା ଗାନ୍ଧି ପରାସ୍ତ କରିଥିଲେ।