ପାକିସ୍ତାନ: ବିସ୍ଫୋରଣରେ ୧୫ ମୃତ, ୨୦ ଆହତ

ଇସଲାମବାଦ: ପାକିସ୍ତାନର କ୍ୱେଟା ସହରରେ ବୁଧବାର ସକାଳେ ହୋଇଥିବା ବିସ୍ଫୋରଣରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏକ ପୋଲିଓ କେନ୍ଦ୍ର ନିକଟରେ ଏହି ବିସ୍ଫୋରଣ ହୋଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ବିସ୍ଫୋରଣ ଖୁବ୍ ଶକ୍ତିଶାଳୀ ଥିଲା। ପୂରା ଅଞ୍ଚଳକୁ ଏହା ଦୋହଲାଇ ଦେଇଥିଲା। ବିସ୍ଫୋରଣ ପରେ ଘଟଣାସ୍ଥଳରେ ଗୁଳିମାଡ଼ର ଶବ୍ଦ ମଧ୍ୟ ଶୁଣାଯାଇଥିଲା।

ବିସ୍ଫୋରଣ ପରେ ଘଟଣାସ୍ଥଳକୁ ସେନାର ଯବାନମାନେ ଘେରି ଯାଇଥିଲେ।