ଇସ୍‌ଲାମ ଧର୍ମ ବିରୋଧୀ ମନ୍ତବ୍ୟକୁ ବ୍ଲକ୍‌ କଲା ଫେସବୁକ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଇସ୍‌ଲାମ ଧର୍ମକୁ ଆକ୍ଷେପ କଲା ଭଳି ମନ୍ତବ୍ୟକୁ ନେଇ ପାକିସ୍ତାନରେ ସୃଷ୍ଟି  ହୋଇଥିବା ଝଡ଼ ଥମିବାର ନା’ ନେଉନି। ଇସ୍‌ଲାମ ଧର୍ମ ବିରୋଧରେ ପୋଷ୍ଟ ହେଉ ଥିବା ବିଭିନ୍ନ ମନ୍ତବ୍ୟ ଉପରେ ରୋକ୍ ଲାଗାଇଛି ଫେସବୁକ୍। ପାକିସ୍ତାନରେ ଏହି ଧର୍ମ ବିରୋଧୀ ପ୍ରକାଶ ପାଇଥିବା ପ୍ରାୟ ୮୦ ପ୍ରତିଶତ ମତକୁ ଫେସବୁକ୍ ବ୍ଲକ୍‌ କରିଦେଇଛି। ତଥାପି ଇସ୍‌ଲାମାବାଦ ହାଇକୋର୍ଟ ଖୁସି ନୁହନ୍ତି। କୋର୍ଟ କହିଛନ୍ତି ଯେ, ବିଭିନ୍ନ ତରିକାରେ ଇସ୍‌ଲାମ ଧର୍ମକୁ ଆକ୍ରମଣ କରାଯାଉଛି। ଇସ୍‌ଲାମ ଧର୍ମର ବିଚାରଧାରା ସୀମାସରହଦରେ ଆଜି ବି ଡ୍ରୋନ୍ ଆକ୍ରମଣ କରାଯାଉଛି। ଏହି ଧର୍ମକୁ ବଦନାମ କରିବା ପାଇଁ ଚକ୍ରାନ୍ତ କରାଯାଉଛି। କେବଳ ଫେସବୁକ୍‌ରେ ଆପତ୍ତିଜନକ ମନ୍ତବ୍ୟକୁ ବନ୍ଦ କରିଦେଲେ ହେବନି।

ସବୁସ୍ତରରେ ହେଉଥିବା ଷଡ଼ଯନ୍ତ୍ରକୁ ବନ୍ଦ ହେବା ଉଚିତ୍ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ ଯେ, କିଛି ଦନ ପୂର୍ବରୁ ସୋସିଆଲ ମିଡିଆରେ ଇସ୍‌ଲାମ ଧର୍ମକୁ ସମାଲୋଚନା କରାଯିବାକୁ ନେଇ ଇସ୍‌ଲାମାବାଦ ହାଇକୋର୍ଟ ପାକିସ୍ତାନ ସରକାରଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ଏପରିକି ପାକିସ୍ତାନରେ ଫେସବୁକ୍  ବାରଣ ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦେଶ ପରେ ଫେସବୁକ୍ କର୍ତ୍ତୃପକ୍ଷ ଏଭଳି ପଦେକ୍ଷପ ନେଇଛନ୍ତି।