ଫେସ୍‌ବୁକ୍‌ରୁ ପ୍ରେମ ହେଲା, ଦେଖା କରିବା ପରେ ବାହା ହେବାକୁ ମନା କଲେ ଯୁବତୀ, କାରଣ…

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ସୋସିଆଲ ମିଡିଆ ପାଇଁ ଆଜିକାଲିର ଯୁବପିଢୀ ପୂରା ବାଇଆ। ହେଲେ କ’ଣ ହେବ ବେଳେବେଳେ ଏହି ମିଡିଆ ପାଇଁ ଏମିତି କାଣ୍ଡ ଘଟିଯାଉଛି, ଯାହାକୁ ଆପଣ କଳ୍ପନା ମଧ୍ୟ କରି ପାରିବେନି। ଓଡ଼ିଆରେ ଆଞ୍ଜେଲ ପ୍ରିୟା, ସୁକୁଟି ସାହୁ ଗୀତ ଭଳି ପ୍ରସଙ୍ଗଟିଏ ଦେଖିବାକୁ ମିଳିଛି ଔରଙ୍ଗାବାଦ୍‌ରେ।

ଏଠାକାର ଜଣେ ଯୁବତୀ ଫେସ୍‌ବୁକ୍‌ ଡିପି ଦେଖି ଜଣଙ୍କୁ ପ୍ରେମ କରି ବସନ୍ତି। ପ୍ରେମ ସିନା ହେଇଯାଏ। କିନ୍ତୁ ଦୁହେଁ ଏକାଠି ହୋଇ ପାରନ୍ତି ନାହିଁ। ଶେଷରେ ଚାଟିଂରେ ସେଟିଂ ହୁଏ ଡେଟ୍‌। ମାନେ କେବେ ଦେଖାହେବ ସେ ନେଇ ଦୁହିଁକ ମଧ୍ୟ କଥା ଛିଡିଯାଏ। ଏମିତିକି କଥା ଖାଲି ପ୍ରେମରେ ସିମିତ ରୁହେ ତା’ ନୁହେଁ ଯୁବତୀ ଜଣକ ବିବାହ କରିବା ଲାଗି ମଧ୍ୟ ମନେ ମନେ ସ୍ଥିର କରି ନିଅନ୍ତି। ଆଉ ଯେଉଁଦିନ ଦୁହିଁଙ୍କ ଭେଟ ହୁଏ ସେଦିନ ଯୁବତୀଙ୍କ ବାହାଘର ନିଶା ଏକଦମ୍‌ ଛାଡିଯାଏ।

ଆପଣ ଭାବୁଥିବେ ଏମିତି କ’ଣ ହେଲା ଯେ, ବାହାଘର ନିଶା ଛାଡିଗଲା। ବାସ୍ତବରେ ଯୁବତୀ ଜଣକ ଜଣେ ୯ମ ଶ୍ରେଣୀର ପୁଅକୁ ପ୍ରେମ କରିଥିଲେ ବୋଲି ଜାଣିବାକୁ ପାଇଲେ। ତେଣୁ ବାହାଘର ନିଶା ଏକଦମ୍‌ ଉତୁରିଗଲା ।