ବିପଦର ବନ୍ଧୁ ପାଲଟିବ ଫେସବୁକ୍‌; ଆଣିଲା ନୂଆ ଫିଚର… ଆପଣଙ୍କର ବି କାମରେ ଲାଗିବ

ଏବେ ଖାଲି ଖୁସିର ମୁହୂର୍ତ୍ତର ନୁହେଁ ବିପଦ ସମୟର ବନ୍ଧୁ ପାଲଟିବ ଫେସବୁକ୍। ପୂର୍ବରୁ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଫିଚର ଆଣି ବେଶ୍ ଲୋକପ୍ରିୟ ହେଇଥିଲା ଫେସବୁକ୍। ଏବେ ଫଣ୍ଡ ରାଇଜିଂ ଭଳି ନୂଆ ଫିଚର ଆଣି ଚର୍ଚ୍ଚାକୁ ଆସିଛି ଫେସବୁକ୍।

ଏବେ ଚୁଟିକିରେ ସାଙ୍ଗ ସାଥୀ, ବନ୍ଧୁ ପରିଜନଙ୍କୁ ସାହାଯ୍ୟ କରି ପାରିବେ ଫେସବୁକ୍ ମାଧ୍ୟମରେ। ଫେସବୁକ୍ ତାର ପର୍ସନାଲ ଫଣ୍ଡରାଇଜିଂ ସେବାକୁ ବିକଶିତ କରିଛି ଯାହାଫଳରେ ଫେସବୁକ୍ ସହ ଯୋଡି ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ନିଜ ବିପଦ ସମୟରେ ପାଇ ପାରିବେ ସାହାଯ୍ୟ। ପ୍ରତ୍ୟେକ ବ୍ୟକ୍ତି ପର୍ସନାଲ ଫଣ୍ଡରାଇଜିଂ ଫିଚର ମାଧ୍ୟମରେ ନିଜ ପ୍ରିୟଜନଙ୍କ ପାଇଁ ଫେସବୁକ୍ ମାଧ୍ୟମରେ ଟଙ୍କା ସଂଗ୍ରହ କରି ପାରିବେ।  ଏଥିସହ ଶିକ୍ଷା, ମେଡିକାଲ, ପୋଷା ଜୀବଜନ୍ତୁ, ଖେଳ, ପରିବେଶ ସୁରକ୍ଷା ପାଇଁ ମଧ୍ୟ ଏହି ନୂଆ ଫିଚର ମାଧ୍ୟମରେ ଟଙ୍କ। ସଂଗ୍ରହ କରିବାକୁ ଅନୁମତି ଦେଇଛନ୍ତି ଫେସବୁକ୍ କର୍ତ୍ତୃପକ୍ଷ। ଏହି ସେବାର ପରୀକ୍ଷଣ ମାର୍ଚ୍ଚ ମାସରେ ହୋଇଥିବା ବେଳେ ଲୋକ ଏହାକୁ ବେଶ୍ ପ୍ରଂଶସା କରିଥିଲେ।