ଫେସ୍‌ବୁକ୍‌ କହିଦେବ ଆପଣ ଧନୀ ନା ଗରିବ

ଲଣ୍ଡନ: ଫେସ୍‌ବୁକ ଏକ ନୂଆ ଟେକ୍ନୋଲଜି ବ୍ୟବହାର ପାଇଁ ପେଣ୍ଟେଟ୍‌ ଆବେଦନ କରିଛି। ଏହା ସ୍ୱୀକାର ହୋଇଗଲେ, ଫେସ୍‌ବୁକ କହିଦେବ ଆପଣଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି କେମିତି ଓ ଆପଣ ଧନୀ କି ଗରିବ। ଏହି ନୂଆ ଟେକ୍ନୋଲଜି ଫେସ୍‌ବୁକ୍‌ ୟୁଜର୍ସଙ୍କୁ ୩ଟି ବର୍ଗ (ଗରିବ, ମଧ୍ୟବିତ୍ତ ଓ ଧନୀ)ରେ ବାଣ୍ଟି ପାରିବ।

ଡେଲିମେଲ୍‌ ରିପୋର୍ଟ ଅନୁସାରେ ଫେସ୍‌ବୁକ ଏମିତି ଏକ ପ୍ରଣାଳୀ ବନାଇବାକୁ ଚାହୁଁଛି, ଯାହା ୟୁଜର୍ସଙ୍କ ନିଜ ଆକାଉଣ୍ଟକୁ ବିଚାର କରି ତାଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ବିଷୟରେ ଜାଣିପାରିବ। ଶିକ୍ଷାଗତ ଯୋଗ୍ୟତା, ଘର ମାଲିକାନା, ଇଣ୍ଟରନେଟ୍‌ ବ୍ୟବହାରକୁ ନେଇ ଏହି ସମୀକ୍ଷା କରିବ ଫେସ୍‌ବୁକ୍‌।