ଆତ୍ମହତ୍ୟାକାରୀଙ୍କୁ ଜଗିବ ଫେସ୍‌ବୁକ୍‌: ସୋସିଆଲ୍‌ ମିଡିଆ ଆଣୁଛି ନୂଆ ଟେକ୍ନୋଲୋଜି

ଆଜିର ସମାଜରେ ସେ।ସିଆଲ ମିଡିଆର ଚାହିଦା ଶୀର୍ଷରେ ରହିଛି। ଲେ।କମାନେ ସେ।ସିଆଲ ମିଡିଆରେ ଅଧିକ ସମୟ ବିତାଉଛନ୍ତି । ଫେସ୍‌ବୁକ୍‌ ବ୍ୟବହାର କରୁଥିବା ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କମ୍ପାନୀ ଏକ ଅଭିନବ ଉପାୟ ବାହାର କରିଛି। ଏଣିକି ଫେସ୍‌ବୁକ୍‌ ମାଧ୍ୟମରେ ଆତ୍ମହତ୍ୟା ରୋକିବାକୁ ପ୍ରୟାସ ଆରମ୍ଭ ହୋଇଛି। ସେ।ସିଆଲ ମିଡିଆର ବିଶେଷଜ୍ଞମାନେ ବାହାର କରିଥିବା ଏହି ଉପାୟ ମାଧ୍ୟମରେ ଫେସ୍‌ବୁକ୍‌ ମେସେଞ୍ଜର ମାଧ୍ୟମରେ ଜଣଙ୍କୁ ଆତ୍ମହତ୍ୟା କରିବାରୁ ରୋକାଯାଇ ପାରିବ। ମେସେଞ୍ଜରରେ ଲାଇଭ ଭିଡିଓ ଓ ଚାଟ୍‌ ମାଧ୍ୟମରେ ଆତ୍ମହତ୍ୟା ପୂର୍ବରୁ ଲେ।କମାନଙ୍କୁ ବଞ୍ଚେଇ ହେବ।

ଏନେଇ ଫେସବୁକ ସିଇଓ ମାର୍କ ଜୁକେରବର୍ଗ କହିଛନ୍ତି ଯେ ମୁ କିଛି ଦିନ ପୂର୍ବରୁ ବିଶ୍ୱ ସମୁଦାୟକୁ ଏକ ପତ୍ର ଲେଖିଥିଲି ଯେଉଁଥିରେ ଲେ।କମାନଙ୍କ ସୁରକ୍ଷାକୁ ନେଇ ଆଲେ।ଚନା କରାଯାଇଥିଲା। ଏହି ଉପକରଣ ମାଧ୍ୟମରେ ଲେ।କମାନଙ୍କୁ କିପରି ଜଣେ ଅନ୍ୟ ଜଣକୁ ସୁର‍କ୍ଷା ଦେଇପାରିବ ସେପରି ବ୍ୟବସ୍ଥା କରାଯାଇଛି ଯାହା ଏକ ଉଦାହରଣ ପାଲଟିବ ।

ଏଣିକି ମେସେଞ୍ଜରରେ ଏକ ଲାଇଭ ଭିଡିଓ ଅପ୍‌ସନ ରହିବ। ଏହି ଅପ୍‌ସନ ମାଧ୍ୟମରେ ଫେସ୍‌ବୁକ୍‌ ଗ୍ରାହକମାନେ ପ୍ରସାରଣ ସଂସ୍ଥା ପାଖରେ ଏନେଇ ରିପୋର୍ଟ କରିପାରିବେ। ଏଥିରେ ଆତ୍ମହତ୍ୟା କରିବାକୁ ଯାଉଥିବା ଲେ।କର ଫେସବୁକରୁ ତାଙ୍କ ବନ୍ଧୁମାନଙ୍କ ପାଖକୁ ଏକ ସତର୍କ ସୂଚନା ଯିବା ସହ ଫେସବୁକ ମେସେଞ୍ଜର ଉପଭୋକ୍ତା ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଆତ୍ମହତ୍ୟା ନିବାରଣ ସଂସ୍ଥା କିମ୍ବା ଆତ୍ମହତ୍ୟା ନିବାରଣ ଉପକରଣ ମାଧ୍ୟମରେ ଲାଇଭ ଚାଟ୍‌ କରିବା ପାଇଁ ବିକଳ୍ପ ପାଇପାରିବେ । ଯେଉଁଥିରେ ଜଣେ ଲେ।କକୁ ଆତ୍ମହତ୍ୟା କରିବା ପୂର୍ବରୁ ରୋକା ଯାଇପାରିବ ।