ବନ୍ଧୁମାନଙ୍କୁ ଏମିତି ଧୋକା ଦେଉଥିଲେ ଆମେରିକା ରାଷ୍ଟ୍ରପତି: ସେମାନଙ୍କ ପତ୍ନୀଙ୍କ ସହ…

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଅନେଙ୍କ ବନ୍ଧୁଙ୍କୁ ଧୋକା ଦେଇଛନ୍ତି। ସେ ସେମାନଙ୍କ ପତ୍ନୀମାନଙ୍କ ସହିତ ସଂପର୍କ ରଖୁଥିଲେ। ଟ୍ରମ୍ପଙ୍କ ସଂପର୍କରେ ଏଇ କଥାଟି ମାଇକଲ ବାଲ୍‌ଫଙ୍କ ନୂଆ ପୁସ୍ତକ ‘Fire and Fury: Inside the Trump White House’ରେ ଲେଖା ହୋଇଛି। ବହିଟି ଜାନୁଆରୀ ୯ ତାରିଖରେ ଉନ୍ମୋଚନ ହେବ। ତେବେ ତା’ପୂର୍ବରୁ ପୁସ୍ତକର ଅନେକ ଅଂଶକୁ ଅନ୍‌ଲାଇନ୍‌ରେ ପୋଷ୍ଟ୍ କରାଯାଇଛି। ଏଥିରେ ଗୋଟିକରେ ଟ୍ରମ୍ପ କିପରି ତାଙ୍କ ବନ୍ଧୁମାନଙ୍କ ପତ୍ନୀମାନଙ୍କୁ ଆକର୍ଷିତ କରୁଥିଲେ ସେ ବିଷୟରେ ଲେଖା ହୋଇଛି।

ଏହି ବହିରେ ଲେଖାଯାଇଛି ଯେ ଟ୍ରମ୍ପ ତାଙ୍କ ବନ୍ଧୁ ପତ୍ନୀମାନଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଉଥିଲେ ଯେ ସେମାନଙ୍କ ସ୍ୱାମୀମାନେ ସେମିତି ନୁହଁନ୍ତି ଯେମିତି ସେମାନେ ଭାବୁଛନ୍ତି। ଏମିତି କରି ଟ୍ରମ୍ପ ସେମାନଙ୍କ ବିଶ୍ୱାସ ଜିତୁଥିଲେ।

ବନ୍ଧୁମାନେ ଘରୁ ବାହାରକୁ ଯାଇଥିବା ବେଳେ ଟ୍ରମ୍ପ ସେମାନଙ୍କ ଘରେ ପହଞ୍ଚି ଯାଉଥିଲେ ଓ ସେଠାରେ ସେମାନଙ୍କ ପତ୍ନୀମାନଙ୍କ ସମ୍ମୁଖରେ  ଫୋନ୍‌ର ସ୍ପିକର ଅନ୍ କରି ସେମାନଙ୍କୁ ଫୋନ୍ କରୁଥିଲେ। ସେ ସେମାନଙ୍କ ସହିତ ସେକ୍ସ ଠାରୁ ଆରମ୍ଭ କରି ଆଉ ସବୁ ବିଷୟରେ କଥା ହେଉଥିଲେ। ସାଧାରଣତଃ ତାଙ୍କ ସାଙ୍ଗମାନେ ପତ୍ନୀମାନଙ୍କ ସମ୍ମୁଖରେ ଏମିତି କଥା ହୁଅନ୍ତି। ଏମିତି ଫୋନ୍‌ରେ କଥା ହେବା ବେଳେ ଥରେ ଥରେ ସେ ଏମିତି କିଛି ପ୍ରଶ୍ନ ପଚାରୁଥିଲେ, ଯେପରିକି- ‘ତୁମେ ତୁମ ସ୍ତ୍ରୀ ସହିତ ସେକ୍ସ କରିବାକୁ ଭଲ ପାଅତ?…’।

ଟ୍ରମ୍ପଙ୍କ ବିଷୟରେ ପୂର୍ବରୁ ବି ଏମିତି କଥା କୁହାଯାଇଥିଲା। ଜଣେ ଅଭିନେତ୍ରୀ କହିଥିଲେ ଯେ ଥରେ ସେ ତାଙ୍କ ବୟଫ୍ରେଣ୍ଡଙ୍କ ସହିତ ଟ୍ରମ୍ପଙ୍କୁ ଭେଟିବାକୁ ଯାଇଥିଲେ। ତା’ପରଠୁ ଟ୍ରମ୍ପ ତାଙ୍କୁ ଫୋନ୍ କରି ସାକ୍ଷାତ କରିବାକୁ କହୁଥିଲେ।