ଆତଙ୍କବାଦୀଙ୍କୁ ଜବାବ ଦେଇଛି ସର୍ଜିକାଲ ଷ୍ଟ୍ରାଇକ୍‌, କମିଛି ପାକ୍‌ ଅନୁପ୍ରବେଶ

ନୂଆଦିଲ୍ଲୀ: ଗତ କିଛି ମାସ ଧରି ଜମ୍ମୁ କଶ୍ମୀର ସୀମାରେ ପ୍ରବଳ ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ଏହାର ଜବାବ ରଖିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂ। ସେ କହିଛନ୍ତି ଯେ, ସର୍ଜିକାଲ ଷ୍ଟ୍ରାଇକ୍‌ ପରଠାରୁ ପାକ୍‌ ଆତଙ୍କବାଦୀଙ୍କ ୪୫ ପ୍ରତିଶତ ଅନୁପ୍ରବେଶ କମିଯାଇଛନ୍ତି। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ରାଜନାଥ କହିଛନ୍ତି ଯେ, ପୁରୁଣା ବର୍ଷ ଗୁଡ଼ିକୁ ତୁଳନା କଲେ ଏ ବର୍ଷ ସର୍ଜିକାଲ ଷ୍ଟ୍ରାଇକ୍‌ର ୬ ମାସ ଭିତରେ ଆତଙ୍କବାଦୀଙ୍କ ଅନୁପ୍ରବେଶ କମିଯାଇଛି।

ଦେଶର ସୁରକ୍ଷା ପ୍ରସଙ୍ଗରେ ମୋଦି ସରକାରଙ୍କ ୩ ବର୍ଷ ପୁର୍ତ୍ତି ଅବସରରେ  ଏହା ସେମାନଙ୍କ ସଫଳତା ବୋଲି ରାଜନାଥ କହିଛନ୍ତି। ଗତ ସେପ୍ଟେମ୍ବର ମାସରେ ଭାରତୀୟ ସେନା ପକ୍ଷରୁ କଶ୍ମୀର ଏଲଓସିରେ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଥିଲା। ଏଥିରେ  ପାକ୍‌ ଆତଙ୍କବାଦୀଙ୍କ ବହୁ ଲଞ୍ଚ ପ୍ୟାଡ୍‌ ଧ୍ୱଂଶ ହୋଇଥିଲା। ୧ ଡଜନ୍‌ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।  ସେହିପପରି ୨୦୧୪ରୁ-୧୭ ମଧ୍ୟରେ ୩୬୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ସମୟ ମଧ୍ୟରେ ୨୫ ପ୍ରତିଶତ ନକ୍ସଲ ଆକ୍ରମଣ ହ୍ରାସ  ପାଇଥିବା ରାଜନାଥ କହିଛନ୍ତି। ଯାହା ୟୁପିଏ ସରକାରଙ୍କ ତୁଳନାରେ ଅଧିକ ପରିବର୍ତ୍ତନ ଆସିଥିବା ସେ କହିଛନ୍ତି।

ନୂଆଦିଲ୍ଲୀ: ଗତ କିଛି ମାସ ଧରି ଜମ୍ମୁ କଶ୍ମୀର ସୀମାରେ ପ୍ରବଳ ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ଏହାର ଜବାବ ରଖିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂ। ସେ କହିଛନ୍ତି ଯେ, ସର୍ଜିକାଲ ଷ୍ଟ୍ରାଇକ୍‌ ପରଠାରୁ ପାକ୍‌ ଆତଙ୍କବାଦୀଙ୍କ ୪୫ ପ୍ରତିଶତ ଅନୁପ୍ରବେଶ କମିଯାଇଛନ୍ତି। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ରାଜନାଥ କହିଛନ୍ତି ଯେ, ପୁରୁଣା ବର୍ଷ ଗୁଡ଼ିକୁ ତୁଳନା କଲେ ଏ ବର୍ଷ ସର୍ଜିକାଲ ଷ୍ଟ୍ରାଇକ୍‌ର ୬ ମାସ ଭିତରେ ଆତଙ୍କବାଦୀଙ୍କ ଅନୁପ୍ରବେଶ କମିଯାଇଛି।  ଦେଶର ସୁରକ୍ଷା ପ୍ରସଙ୍ଗରେ ମୋଦି ସରକାରଙ୍କ ୩ ବର୍ଷ ପୁର୍ତ୍ତି ଅବସରରେ  ଏହା ସେମାନଙ୍କ ସଫଳତା ବୋଲି ରାଜନାଥ କହିଛନ୍ତି। ଗତ ସେପ୍ଟେମ୍ବର ମାସରେ ଭାରତୀୟ ସେନା ପକ୍ଷରୁ କଶ୍ମୀର ଏଲଓସିରେ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଥିଲା। ଏଥିରେ  ପାକ୍‌ ଆତଙ୍କବାଦୀଙ୍କ ବହୁ ଲଞ୍ଚ ପ୍ୟାଡ୍‌ ଧ୍ୱଂଶ ହୋଇଥିଲା। ୧ ଡଜନ୍‌ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।  ସେହିପପରି ୨୦୧୪ରୁ-୧୭ ମଧ୍ୟରେ ୩୬୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ସମୟ ମଧ୍ୟରେ ୨୫ ପ୍ରତିଶତ ନକ୍ସଲ ଆକ୍ରମଣ ହ୍ରାସ  ପାଇଥିବା ରାଜନାଥ କହିଛନ୍ତି। ଯାହା ୟୁପିଏ ସରକାରଙ୍କ ତୁଳନାରେ ଅଧିକ ପରିବର୍ତ୍ତନ ଆସିଥିବା ସେ କହିଛନ୍ତି।