ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଆଉ ମିଳିବନି ଏସପିଜି ସୁରକ୍ଷା, କ୍ୟାବିନେଟର ମୋହର

ନୂଆଦିଲ୍ଲୀ: ଦେଶର କୌଣସି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଆଉ ସ୍ୱତନ୍ତ୍ର ପ୍ରୋଟେକସନ୍ ଗ୍ରୁପ କମାଣ୍ଡୋମାନେ ସୁରକ୍ଷା ଯୋଗାଇ ଦେବେନାହିଁ। ଏ ସଂକ୍ରାନ୍ତ ଏକ ସଂଶୋଧିତ ବିଲକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି। ପୂର୍ବରୁ ଏସପିଜି ଆକ୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଏସପିଜି ସୁରକ୍ଷା ଯୋଗାଇ ଦେବାର ପ୍ରାବଧାନ ରହିଥିଲା।

ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାକୁ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ୍ ଏସପିଜି ଆଇନ୍ ସଂଶୋଧନ ବିଲକୁ ଅନୁମୋଦନ ଦେଇଛି। ଆସନ୍ତା ସପ୍ତାହରେ ଏହାକୁ ସଂସଦରେ ଉପସ୍ଥାପନ କରାଯିବ।”

ପୂର୍ବରୁ ପ୍ରଚଳିତ ଆଇନ ଅନୁସାରେ, ଗାନ୍ଧି ପରିବାରର ସଦସ୍ୟ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଦୀର୍ଘ ୩ ଦଶନ୍ଧି ଧରି ଏସପିଜି ସୁରକ୍ଷା ଯୋଗାଇ ଦିଆଯାଇଥିଲା। ହେଲେ ଏବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହାକୁ ପ୍ରତ୍ୟାହାର କରି ନେଇଛି। ଏହାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଜାରି ରହିଛି।