ଫରିଦାବାଦ: ଦଳିତ ପରିବାରର ୪ଜଣଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁଇ ନାବାଳକ ମୃତ

ଫରିଦବାଦ: ହରିୟାଣାର ଫରିଦବାଦ ଜିଲ୍ଲା ସୁନପେଡ ଗାଁରେ ଏକ ଦଳିତ ପରିବାରର ଦୁଇ ନାବାଳକଙ୍କ ସହ ୪ଜଣଙ୍କୁ କିଛି ଅଭିଯୁକ୍ତମାନେ ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଛି । ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛି । ଏହି ଘଟଣାରେ ଏପର୍ଯ୍ୟନ୍ତ କାହାରିଙ୍କୁ ଗିରଫ କରାଯାଇ ନ ଥିବା ପୋଲିସ କହିଛି । ମିଳିଥିବା ସୂଚନା ଅନୁସାରେ ସୁନପେଡ ଗାଁରେ ଏହି ଦଳିତ ପରିବାରକୁ ଅଭିଯୁକ୍ତମାନେ ହଠାତ ଆକ୍ରମଣ କରିଥିଲେ । ଅଭିଯୁକ୍ତମାନେ ସେମାନଙ୍କ ଘର ପଶି ପ୍ରଥମେ ସମସ୍ତଙ୍କୁ ନିସ୍ତୁକ ମାଡ ମାରିଥିଲେ । ପରେ ସେମାନଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ ୧୦ଲକ୍ଷ ଟଙ୍କା  ସହାୟତା ଦେବାକୁ ଘୋଷଣା କରିଛନ୍ତି। ସେହିପରି ଘଟଣା ସମ୍ପର୍କରେ  କେନ୍ଦ୍ର ଗୃହ ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ସେହିପରି  ଅନୁସୂଚିତ ଜାତି ଓ ଜନଜାତି ଆୟୋଗ ଅଧ୍ୟକ୍ଷ ପିଏଲ ପୁନିଆ ଫରିଦାବାଦ ପହଞ୍ଚି ପୀଡିତାମାନଙ୍କୁ ସାକ୍ଷାତ କରିଥିଲେ।