କୃଷକ ଝିଅ ରଚିଲେ ଇତିହାସ

କୁହାଯାଏ ଗରିବ ହେଉ କି ଧନୀ ନିଜର ଚେଷ୍ଟା ଓ ଅଧ୍ୟବସାୟ ବଳରେ ମଣିଷ ସଫଳତାର ଶୀର୍ଷକୁ ଯାଇଥାଏ। ଆଉ ଏସବୁକୁ ସତ କରି ଦଖାଇଛନ୍ତି ମଧ୍ୟପ୍ରଦେଶ ନରସିଂହପୁରର ବାସିନ୍ଦା ତପସ୍ୟା ପରିହର। ସେ  ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ୨୦୧୭ରେ ଅଲ୍‌ ଇଣ୍ଡିଆ ରାଙ୍କ୍‌ରେ ୨୩ତମ ସ୍ଥାନରେ ଅଛନ୍ତି।

ଖବର ମୁତାବାକ ତପସ୍ୟା ପରିହରଙ୍କ ବାପା ଜଣେ କୃଷକ। ଅନେକ ସଂଘର୍ଷ କରି ସେ ନିଜ ଝିଅକୁ ପାଠ ପଢ଼େଇଛନ୍ତି।  ତପସ୍ୟା ନରସିଂହଗଡ଼ର କେନ୍ଦ୍ରୀୟ ବିଦ୍ୟାଲୟରୁ ନିଜ ସ୍କୁଲ ପଢ଼ା ଶେଷ କରିଥିଲେ।  ପରେ ସେ ପୁଣେର ‘ଇଣ୍ଡିଆ ଲ ସୋସାଇଟିଜ୍‌’ ଲ କଲେଜ୍‌ରେ ପଢିଥିଲେ। ତା’ପରେ ସେ Union Public Services Commissionର ପ୍ରସ୍ତୁତି ପାଇଁ ଦିଲ୍ଲୀ ଚାଲି ଆସିଥିଲେ। ଏବେ ସେ ସାରା ଦେଶରେ ନିଜ ନାଁ କରି ପାରିଛନ୍ତି।

ସେ ନିଜ ସଫଳତାର ଶ୍ରେୟ ନିଜ ବାପା ଓ ମାଆଙ୍କୁ ଦିଅନ୍ତି। ଏହି ସଫଳତାରେ ତପସ୍ୟା କହିଛନ୍ତି,  ‘‘ମୋ ପରିବାର ମୋତେ ବହୁତ ସହଯୋଗ କରିଛନ୍ତି।  ସେମାନେ ମତେ ପାଠ ପଢ଼ିବାକୁ କେବେ ମନା କରି ନ ଥିଲେ। ତାଙ୍କ ପାଇଁ ମୁଁ ଆଜି ସଫଳ ହୋଇପାରିଛି।’’

ଆହୁରି ତପସ୍ୟା ପରିଶ୍ରମ ଉପରେ କୁହନ୍ତି ଯେ, ‘‘ମୁଁ ବେଶି ଟ୍ୟାଲେଣ୍ଟେଡ୍‌ ନୁହେଁ। କିନ୍ତୁ ମୁଁ କଠିନ ପରିଶ୍ରମରେ ବିଶ୍ୱାସ ରଖେ। ମୁଁ ଯେଉଁ ବିଷୟ ପଢ଼େ ସେଥିରେ ପୂରା ଫୋକସ କରିଥାଏ। ଏହା ହେଉଚି ମୋ ସଫଳତାର ରାଜ୍‌।

ୟୁପିଏସ୍‌ ସି  ସିଭିଲ୍‌ ସେବା ପରୀକ୍ଷାରେ ଏଥର ଟପ୍‌ କରିଛନ୍ତି ହାଇଦ୍ରାବାଦ୍‌ର ଅନୁଦୀପ୍‌ ଦୁରୀ ସେଟ୍ଟୀ।