ଫାରୁକ୍‌ ଅବଦୁଲ୍ଲାଙ୍କୁ ହଟହଟା କଲେ କଶ୍ମୀର ପଣ୍ଡିତ ଗୋଷ୍ଠୀ

ଶ୍ରୀନଗର: ନ୍ୟାସନାଲ କନ୍‌‍ଫରେନ୍ସ ମୁଖ୍ୟ ତଥା ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କୁ ଶ୍ରୀନଗରଠାରେ କଶ୍ମୀରୀ ପଣ୍ଡିତଙ୍କ ଏକ ଗୋଷ୍ଠୀ ବିରୋଧ କରିବା ସଙ୍ଗେସଙ୍ଗେ ତାଙ୍କୁ କୁହାଇ ଦେଇ ନଥିଲେ। ଏଠାକାର ଏକ ପ୍ରସିଦ୍ଧ ମନ୍ଦିର ଜ୍ୟେଷ୍ଠା ମନ୍ଦିରକୁ ତାଙ୍କୁ ପଶିବାକୁ ଦିଆଯାଇନଥିଲା। ଏହି ଘଟଣାରେ ସେ ଖୁବ୍‌ ହଟହଟା ହୋଇଛନ୍ତି।

ଡ. ଅବଦୁଲ୍ଲା ମନ୍ଦିରଠାରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯିବା ବଦଳରେ ବିରୋଧ କରାଯିବା ସହ ତାଙ୍କ ବିରୋଧରେ ନାରାବାଜି ହୋଇଥିଲା। ଲୋକେ ତାଙ୍କୁ ବିରୋଧ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିର ଜୟ ଜୟକାର ମଧ୍ୟ କରିଥିଲେ।

ମନ୍ଦିରରେ ଉପସ୍ଥିତ କଶ୍ମୀରୀ ପଣ୍ଡିତ କହିଥିଲେ, ଫାରୁକ୍‌ଙ୍କ ପରି କିଛି ନେତାଙ୍କ ଲାଗି ଆଜି କଶ୍ମୀର ଏବଂ ଅନ୍ୟ ପ୍ରାନ୍ତରେ କଶ୍ମୀରୀ ପଣ୍ଡିତମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ଏଭଳି କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଓ ବ୍ୟକ୍ତିଙ୍କ ପାଇଁ କଶ୍ମୀରୀ ପଣ୍ଡିତ ବୃହତ୍‌ ସଂଖ୍ୟାରେ ଜନ୍ମମାଟି ଛାଡ଼ିଥିବା ସେମାନେ ଅଭିଯୋଗ କରିଛନ୍ତି।

ଫାରୁକ୍‌ ଜ୍ୟେଷ୍ଠା ଦେବୀ ମନ୍ଦିର ପ୍ରବେଶ ପାଇଁ ପ୍ରୟାସ କରିଥିଲେ ମଧ୍ୟ, ତାଙ୍କୁ ପ୍ରାର୍ଥନା ପାଇଁ ସୁଯୋଗ ନଦେଇ ବାହାରକୁ ଏକପ୍ରକାର ତଡ଼ି ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ କଶ୍ମୀରରେ ଚାଲିଥିବା ପର୍ଯ୍ୟଟନ ଋତୁ ଅବସରରେ ବିତାଡ଼ିତ ହୋଇ ଅନ୍ୟ ରାଜ୍ୟରେ ରହୁଥିବା ହଜାର ହଜାର କଶ୍ମୀରୀ ପଣ୍ଡିତ ଏବେ କଶ୍ମୀର ଯାତ୍ରା କରୁଛନ୍ତି।