ମୋଦିଙ୍କ ସହ ଯୋଗ କରିବେ ମୁସଲମାନ: ଜୁନ୍‌ ୨୧ରେ ମହାସମାରୋହ

ନୂଆଦିଲ୍ଲୀ: ଆସନ୍ତା ଅନ୍ତର୍ଜାତୀୟ ଯୋଗଦିବସ ସମାରୋହରେ ସାମିଲ ହେବେ ମୁସଲମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଉତ୍ତରପ୍ରଦେଶରେ ରୋଜା ରଖିଥିବା ମୁସଲମାନ ଯୋଗାସନ କରିବେ। ଜୁନ ୨୧ରେ ହେବାକୁ ଥିବା ଏହି ଯୋଗ ସମାରୋହରେ  ୩୦୦ ମୁସଲିମ ପୁରୁଷ ଏବଂ ମହିଳାଙ୍କ ସହ ପ୍ରାୟ ୫୫,୦୦୦ ଲୋକ ସାମିଲ ହେବେ। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ଭାଗ ନେଉଛନ୍ତି। ଏହି ଯୋଗ ପ୍ରଦର୍ଶନ ସକାଳ ୭ଟାରୁ ୮ଟା ମଧ୍ୟରେ କରାଯିବ । ଏହି ଅବସରରେ ଆଲେଚନା ଚକ୍ର, କର୍ମଶାଳା ଓ  ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯିବ।