ନିଷିଦ୍ଧ ସଂପର୍କ: ବାପାକୁ ଆଉ ଥରେ ବାହା ହେବାକୁ ନ ଦେବାକୁ କ’ଣ କଲେ ଯୁବତୀ…୧୨ରେ କୋର୍ଟ ଶୁଣାଇବେ ସଜା

ହଂକଂ: ଶୁଣିବାକୁ ନିଶ୍ଚିତ ଭଲ ଲାଗିବ ନାହିଁ। କିନ୍ତୁ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ବାପାଙ୍କୁ ଆଉ ଥରେ ବାହା ହେବାକୁ ନ ଦେବାକୁ ଝିଅ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲା। ଘଟଣାଟି ହଂକଂର। ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ।

୨୬ ବର୍ଷୀୟ ଏହି ଯୁବତୀ ଜଣଙ୍କ ୨୦୦୯ରେ ତାଙ୍କ ବାପାଙ୍କ ସହିତ ଦୁଇ ଥର ଶାରୀରିକ ସଂପର୍କ ରଖିଥିଲେ। ସେତେବେଳେ ତାଙ୍କୁ ୧୯ ବର୍ଷ ହୋଇଥିଲା। ତାଙ୍କ ବାପାଙ୍କୁ ସେତେବେଳେ ୫୧ ବର୍ଷ ହୋଇଥିଲା।

ଏ ଘଟଣାର ପର୍ଦ୍ଦାଫାଶ ସେତେବେଳେ ହେଲା ଯେତେବେଳେ ସ୍କୁଲ୍‌ରେ ପଢୁଥିବା ଯୁବତୀଙ୍କ ଭାଇ ସେକ୍ସ ଟେପ୍‌ଟିକୁ ଦେଖି ନେଲେ। ଏହି ଭିଡିଓ ଦେଖି ସେ ଭୟରେ ପୋଲିସ୍‌ରେ ଅଭିଯୋଗ କରିଥିଲେ। ତେବେ ସେ ଜାଣି ନ ଥିଲେ ଯେ ତାଙ୍କ ବାପା ଓ ଭଉଣୀ ପରସ୍ପରର ସହମତିରେ ଶାରୀରିକ ସଂପର୍କ ରଖିଥିଲେ।

ଯୁବତୀଙ୍କ ଓକିଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରି କହିଛନ୍ତି ଯେ ଏହା ଏକ ଆସାଧରଣ ମାମଲା। ଯୁବତୀ ଜଣଙ୍କ ନିଜ ଆଡୁ ତାଙ୍କ ବାପାଙ୍କୁ ସେକ୍ସ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। କାରଣ ସେ ଚାହୁଁ ନ ଥିଲେ ତାଙ୍କ ବାପା ଆଉ ଥରେ ବାହା ହୁଅନ୍ତୁ। ଯେଉଁ ମହିଳାଙ୍କ ସହିତ ତାଙ୍କ ବାପାଙ୍କର ନିର୍ବନ୍ଧ ସରିଥିଲା ତାଙ୍କୁ ସେ ପସନ୍ଦ କରୁ ନ ଥିଲେ। ତେଣୁ ବାପାଙ୍କ ସହିତ ଶାରୀରିକ ସଂପର୍କ ରଖିଲେ ସେ ଆଉ ବିବାହ କରିବେ ନାହିଁ ବୋଲି ତାଙ୍କର ଧାରଣା ଥିଲା। ଶାରୀରିକ ସଂପର୍କ ରଖିବା ନେଇ ତାଙ୍କ ପ୍ରସ୍ତାବକୁ ତାଙ୍କ ବାପା ବି ଗ୍ରହଣ କରିଥିଲେ।

ଏହି ମାମଲାରେ ତାଙ୍କ ବାପାଙ୍କୁ ନ ଛନ୍ଦିବାକୁ ଯୁବତୀ ଜଣଙ୍କ କୋର୍ଟରେ ଅନୁରୋଧ କରିଛନ୍ତି ଓ ସବୁ ଦୋଷ ନିଜ ଉପରକୁ ନେଇଛନ୍ତି। ଯୁବତୀଙ୍କୁ କି ସଜା ଦିଆଯିବ ସେ ନେଇ କୋର୍ଟ କିଛି ନିଷ୍ପତ୍ତି ନେଇ ନାହାନ୍ତି। କିନ୍ତୁ ତାଙ୍କ ବାପାଙ୍କୁ ସଜାମୁକ୍ତ କରିବାକୁ ମନା କରି ଦେଇଛନ୍ତି। ଜୁନ୍ ୧୨ରେ ଏହି ମାମଲାରେ କୋର୍ଟ ଉଭୟଙ୍କୁ ସଜା ଶୁଣାଇବେ।

ରିପୋର୍ଟ ଓ ଫଟୋ- ନବଭାରତ ଟାଇମ୍ସ