ଝିଅ ସ୍କୁଲ୍ ନଯିବାକୁ ଜିଦ୍ କଲା ବୋଲି…

ଛୋଟ ଛୁଆଙ୍କୁ ସ୍କୁଲ ପଠାଇବା କାଠିକର ପାଠ। ପ୍ରାୟ ସବୁ ବାପାମା’ ଏଥିପାଇଁ ନାକେଦମ୍‌ ହୋଇଯାଆନ୍ତି। ଗୋଟିଏ ଗୋଟିଏ ଛୁଆ ସ୍କୁଲ୍ ନଯିବା ପାଇଁ ଭାରି ଜିଦ୍ କରନ୍ତି। ଏଣୁ ବେଳେବେଳେ ବାପାମାଆମାନେ ସେମାନଙ୍କୁ ଗାଳି ଦେବା ସହିତ ଗୋଟିଏ ଦୁଇଟି ଚାପୁଡ଼ା ମଧ୍ୟ ମାରି ଦିଅନ୍ତି। କିନ୍ତୁ ଚୀନରେ ଗୋଟିଏ ଝିଅ ସ୍କୁଲ୍‌ ନଯିବାକୁ ଜିଦ୍ ଧରିବାରୁ ତା’ ବାପା ଯାହା କଲେ, ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେ ଝିଅକୁ ବାକ୍ ପଛରେ ଦଉଡ଼ିରେ ବାନ୍ଧି ସ୍କୁଲ୍‌ ନେଇ ଗଲେ। ବାଟରେ ଝିଅଟି ଜୋରରେ କାନ୍ଦୁଥିଲା ଓ ଗୋଡ଼ ଛାଟୁ ଥିଲା। ତଥାପି ବାପାର ମନ ତରଳିଲା ନାହିଁ। ଏହା ଦେଖି କିଛି ଲୋକ ତାଙ୍କୁ ପିଛା କରିଥିଲେ। କିନ୍ତୁ ସେ ଅଟକି ନଥିଲେ। ଏହି ଘଟଣାର ଏକ ଭିଡିଓ ଭାଇରାଲ୍ ହେବା ପରେ ପୋଲିସ୍ ତା’ଆଡୁ ଉକ୍ତ ବ୍ୟକ୍ତିଙ୍କୁ ଖୋଜି ପଚରାଉଚରା କରିଥିଲା। ତେବେ ପୋଲିସ୍ ତାଙ୍କୁ କେବଳ ଚେତାବନୀ ଦେଇ ଛାଡ଼ି ଦେଇଥିଲା।