ଆଇଏସ୍‌ କବଳରୁ ମୁକୁଳି ଭାରତ ଫେରିଲେ ଫାଦର ଟମ୍ ଉଝୁନନାଲିଲ୍

ନୂଆଦିଲ୍ଲୀ: ୧୮ ମାସ ପରେ ଆତଙ୍କବାଦୀ ସଂଗଠନ ଆଇଏସ୍‌ କବଳରୁ ମୁକୁଳିଛନ୍ତି କେରଳର କାଥୋଲିକ୍ ପାଦ୍ରୀ ଫାଦର ଟମ୍ ଉଝୁନନାଲିଲ୍। ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ଫାଦରଙ୍କୁ ସ୍ୱାଗତ କରିଥିଲେ କେନ୍ଦ୍ରମନ୍ତ୍ରୀ କେଜେ ଆଲଫୋନ୍ସ। ଏହାପରେ ଫାଦର ସୁଷମା ସ୍ୱରାଜ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ଫାଦର।

ଗତବର୍ଷ ମାର୍ଚ୍ଚ ମାସରେ ୟେମେନର ଅଦନ ସହରର ଏକ ମିଶନାରୀ ଉପରକୁ ଆତଙ୍କବାଦୀ ସଂଗଠନ ଆଇଏସ୍‌ ଆକ୍ରମଣ କରିଥିଲା। ଯେଉଁଥିରେ ୪ ଜଣ ନନଙ୍କ ସମେତ ୧୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ପରଠାରୁ ଫାଦର ଟମ୍ ଉଝୁନନାଲିଲ୍ ନିଖୋଜ ଥିଲେ। ତେବେ ସେ ଜୀବିତ ଥିବା ଖବର ମିଳିବା ପରେ କେନ୍ଦ୍ର ସରକାର ଓମାନ ଓ ୟେମେନ୍ ସରକାରଙ୍କ ସହାୟତା ଲୋଡ଼ିଥିଲା।