ଭାଇରାଲ ଗାର୍ଲଙ୍କ ଫିଲ୍ମ ବିରୋଧରେ ଜାରି ହେଲା ଫତୁଆ, କାହିଁକି ପଢନ୍ତୁ

ନୂଆଦିଲ୍ଲୀ: ମାଲାୟଲମ୍ ଫିଲ୍ମ ‘ଓରୁ ଅଦାର ଲବ୍‌’ କୁ ନେଇ ସୋସିଆଲ ମିଡିଆରେ  ଚର୍ଚ୍ଚା ଥମୁ ନ ଥିବା ବେଳେ ଏହାକୁ ନେଇ ଏବେ ସୃଷ୍ଟି ହୋଇଛି ବିବାଦ । ଫିଲ୍ମର  ଟିଜର ଏବଂ ଗୀତ ସୋସିଆଲ ମିଡିଆକୁ ଦୋହଲେଇ ଦେଇଛି । ଗୀତରେ  ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ଭଙ୍ଗୀ ଯୁବ ପୀଢ଼ିଙ୍କୁ ମତୁଆଲା କରିଛି।  ତେବେ  ଗୀତକୁ ବିରୋଧ କରି ଜାରି ହୋଇଛି ଫତୁଆ। ହାଇଦ୍ରାବାଦର ଜାମିଆ   ନିଜାମିଆ  ସେମିନାର୍ ପକ୍ଷରୁ ଜାରି ହୋଇଛି ଫତୁଆ ।  ଫିଲ୍ମରେ ଥିବା ଗୀତକୁ  ବାଦ୍ ଦେବା ପାଇଁ ଦାବି କରାଯାଇଛି।   ଗତକାଲି ଥାନାରେ ମଧ୍ୟ ଏତଲା  ଦିଆଯାଇଥିଲା  ଗୀତକୁ ଆପତ୍ତିଜନକ ଦର୍ଶାଇ ଫିଲ୍ମ ନିର୍ଦ୍ଦେଶକ ଓମର ଲୁଲୁଙ୍କ  ବିରୋଧରେ ହାଇଦ୍ରାବାଦ୍‌ର ଫାଲକନୁମା ଥାନାରେ ମାମଲା ରୁଜୁ ହୋଇଥିଲା ।