ଭାରତକୁ ନେଇ ବିଶ୍ୱବାସୀଙ୍କ ଦୃଷ୍ଟିଭଙ୍ଗିରେ ସୁଧାର ଆସିଛି: ଆରଏସଏସ ମୁଖ୍ୟ

ନାଗପୁର: ଦେଶରେ ଏକ ନୂଆ ଆଶା ସଞ୍ଚାର ହୋଇଛି, ଯାହା ଦୁଇବର୍ଷ ତଳେ ପରିଲକ୍ଷିତ ହେଉ ନ ଥିଲା। ଦଶହରା ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭଗତ ଗୁରୁବାର ଏହା କହିଛନ୍ତି। ସେ କହିଛନ୍ତି ଯେ, ଭାରତକୁ ନେଇ ବଶ୍ୱବାସୀଙ୍କ ଦୃଷ୍ଟିଭଙ୍ଗିରେ ସୁଧାର ଆସିଛି। ବିଶ୍ୱବାସୀଙ୍କ ନିକଟରେ ଭାରତର ନୂତନ ଚିନ୍ତାଧାରା ଉଦ୍ରେକ ହୋଇଛି ବୋଲି ସେ କହିଛନ୍ତି।

ଏହି ଅବସରରେ ଡିଆଡିଓର ପୂର୍ବତନ ଅଧ୍ୟକ୍ଷ ବିଜୟ କୁମାର ସେରାୱାତ୍ ଯୋଗଦେଇ କହିଛନ୍ତି ଯେ, ଲୋକସଂଖ୍ୟା ବୃଦ୍ଧି ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି। ବଢି ଚାଲିଥିବା ଲୋକସଂଖ୍ୟା ଉପରେ ସରକାର ଦୃଷ୍ଟି ଦେବା ଦରକାର। ଏହାକୁ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ନୀତି ବ୍ୟବସ୍ଥା କରାଯିବା ଦରକାର ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଓ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡକାରୀ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।