ଲାଇଭ ଆଙ୍କରିଂ ବେଳେ କ୍ରେନ୍‌ରୁ ଖସି ପଡିଲେ ମହିଳା ଆଙ୍କର

ନ୍ୟୁଜ୍‌ ଆଙ୍କରିଂ କରିବା ସହଜ ନୁହେଁ। ଯଦି ଲାଇଭ୍‌ ଆଙ୍କରିଂ ହେଉଥିବ ତେବେ ସତର୍କତା ନିହାତି ଆବଶ୍ୟକ। ନ ହେଲେ କିଛି ବି ଅଘଟଣ ଘଟିପାରେ। ଲାଇଭ୍‌ ଆଙ୍କରିଂ ବେଳେ ଏପରି ଏକ ଘଟଣା ଘଟିଛି ପାକିସ୍ତାନରେ। ଜଣେ ମହିଳା ଟିଭି ଆଙ୍କର ଲାଇଭ୍‌ ଶୋ’ରେ ଆଙ୍କରିଂ କରୁଥିବା ବେଳେ କ୍ରେନ୍‌ରୁ ଖସି ପଡିଛନ୍ତି। ତେବେ ତାଙ୍କର ବେଶି କିଛି କ୍ଷତି ହୋଇନାହିଁ।

ଏହି ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ଭାଇରାଲ ହେବାରେ ଲାଗିଛି।