ଦେହରେ ବାଜିଥିଲା ୭ଟି ଗୁଳି, ତଥାପି କହୁଥିଲେ- ‘ଆରେ କିଛି ହେଇନି, ଗଧଟେ ଲାତ ମାରିଦେଲା’

ନୂଆଦିଲ୍ଲୀ: ଯଦି କେହି କହେ ‘ମତେ ମୃତ୍ୟୁକୁ ଭୟ ନାହିଁ’ ତେବେ ସେ ମିଛ କହୁଥିବେ ନହେଲେ ଭାରତର ଗୋର୍ଖା ବାହିନୀର ହୋଇଥିବେ। ଏକଥା ସାରା ବିଶ୍ୱ ଜାଣିଛି। ଏକଥା କିଏ କହିଛନ୍ତି ଆପଣ ଜାଣନ୍ତି? ଏହି ଲାଇନ୍‌ କହିଥିବା ବ୍ୟକ୍ତି ହେଉଛନ୍ତି ଭାରତର ପ୍ରଥମ ଫିଲ୍ଡ ମାର୍ସଲ ମାନେକ ଶା। ଭାରତ-ପାକିସ୍ତାନ ଯୁଦ୍ଧର ହିରୋ କୁହାଯାଉଥିବା ମାନେକ ଶା ସ୍ପଷ୍ଟବାଦୀ ଥିଲେ। ଯାହା କହୁଥିଲେ, ଆଗରେ କହୁଥିଲେ। ୭ଟି ଗୁଳି ଦେହରେ ବାଜିବା ପରେ ତାଙ୍କ ଉତ୍ତର ଥିଲା ‘ଗଧଟେ ଲାତ ମାରିଦେଲା’। ଏଥିରୁ ଜାଣି ପାରୁଥିବେ କେତେ ସାହସୀ ଓ ଆତ୍ମବିଶ୍ୱାସ ଭରା ଥିଲା ତାଙ୍କ ଜୀବନ।

sam-manek-shaw୧୯୧୪ ଏପ୍ରଲ ୩ ତାରିଖରେ ଜନ୍ମ ହୋଇଥିଲେ ଭାରତର ଏହି ବୀରପୁତ୍ର। ତାଙ୍କ ପ୍ରକୃତ ନାଁ ହେଉଛି ସମ ହୋର୍ମୁସ୍‌ଜୀ ଜମଶେଦ୍‌ଜୀ ମାନେକ ଶା। ଶ୍ରଦ୍ଧାରେ ସାଙ୍ଗମାନେ ତାଙ୍କୁ ସମ୍ ଡାକୁଥିଲେ।

୧୯୭୧ରେ ଭାରତ ପାକିସ୍ତାନ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନର ୯୦,୦୦୦ ସୈନିକଙ୍କୁ ମାତ୍‌ ଦେଇଥିଲା। ଯୁଦ୍ଧ ଏତେ ଭୟଙ୍କର ରୂପ ନେଇଥିଲା ଯେ ଶେଷରେ ବାଧ୍ୟ ହୋଇ ପାକିସ୍ତାନକୁ ଆତ୍ମସମର୍ପଣ କରିବାକୁ ପଡିଥିଲା। ଏହି ଯୁଦ୍ଧରୁ ବାଙ୍ଗଲାଦେଶ ଜନ୍ମ ନେଇଛି ବୋଲି କୁହାଯାଏ। ପାକିସ୍ତାନ ସହ ଏହି ଯୁଦ୍ଧର ହିରୋ ମାନେକ ଶାଙ୍କୁ କୁହାଯାଇଥାଏ।

sam-manek-shawସ୍ମାର୍ଟ ଉତ୍ତର ପାଇଁ ପରିଚିତ 

ମାନେକ କେବଳ ଯେ ଦକ୍ଷ ସୈନିକ ଥିଲେ ତା ନୁହେଁ, ସ୍ମାର୍ଟ ଉତ୍ତର ପାଇଁ ମଧ୍ୟ ଚର୍ଚ୍ଚାରେ ରହୁଥିଲେ। ଭାରତ ପାକିସ୍ତାନ ମଧ୍ୟରେ ୧୯୭୧ରେ ଯୁଦ୍ଧ ଆରମ୍ଭ ହେବା ସମୟରେ ପ୍ରଧାନମନ୍ତ୍ରୀ ଇନ୍ଦିରୀ ଗାନ୍ଧୀ ମାନେକଙ୍କୁ ପଚାରିଥିଲେ, କ’ଣ ତୁମେ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛ? ମାନେକ ତୁରନ୍ତ ଉତ୍ତର ଦେଲେ, ‘ଆଇ ଆମ୍‌ ଅଲୱେଜ୍‌ ରେଡ୍ଡି sweety’। ଇନ୍ଦିରା ଗାନ୍ଧୀଙ୍କୁ sweety କହୁଥିବା ଏକମାତ୍ର ବ୍ୟକ୍ତି ହେଉଛନ୍ତି ମାନେକ।

sam-manek-shawବୀର ସୈନିକ

ଥରେ ଯୁଦ୍ଧରେ ମାନେକଙ୍କ ଦେହରେ ୭ଟା ଗୁଳି ବାଜିଥିଲା। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେବା ପରେ ଯେତେବେଳେ ଡାକ୍ତର ତାଙ୍କୁ କ’ଣ ହେଲା ପଚାରିଲେ, ସେ କହିଥିଲେ- “ଆରେ କିଛି ହେଇନି, ଗୋଟେ ଗଧ ଲାତ ମାରିଦେଲା।”

ମାନେକଙ୍କୁ ନେଇ ‘A life lived such’ ନାମକ ଏକ ଡକୁମେଣ୍ଟାରୀ ପ୍ରସ୍ତୁତ କରାଯାଇଛି।

sam-manek-shaw୧୯୬୨ରେ ଯେତେବେଳେ ମିଜୋରାମରରେ ଏକ ବାଟାଲିଆନ୍‌ ଭାରତ-ଚୀନ ମଧ୍ୟରେ ଲାଗିଥିବା ଯୁଦ୍ଧଠୁ ଦୂରେଇ ରହିବାକୁ ଚେଷ୍ଟା କରିଥିଲା ସେ ସମୟରେ ମାନେକ ସେମାନଙ୍କ ପାଖକୁ ଏକ ଡବା ପାର୍ସଲ କରିଥିଲେ। ଯେଉଁଥିରେ କିଛି ଚୁଡି ଥିଲା। ଏଥିସହ ଏକ ଚିଠି ମଧ୍ୟ ଥିଲା। ଯେଉଁଥିରେ ଲେଖାଥିଲା ‘ଯଦି ଯୁଦ୍ଧରୁ ଦୂରେଇଯାଉଛ, ତେବେ ନିଜ ସେନା ଅଧିକାରୀମାନଙ୍କୁ ଏହି ଚୁଡି ପିନ୍ଧିବାକୁ କହିଦେବ।’ ଏହାପରେ ଉକ୍ତ ବାଟାଲିୟାନ ଯୁଦ୍ଧରେ ଭାଗ ନେବା ପାଇଁ ଆଗେଇ ଆସିଥିଲେ ଏବଂ ଭଲ ପ୍ରଦର୍ଶନ ମଧ୍ୟ କରିଥିଲା। ଏହାପରେ ମାନେକ ପୁଣି ଏକ ଚିଠି ଲେଖି ସେସବୁ ଚୁଡି ଫେରାଇ ଦେବାକୁ କହିଥିଲେ।

sam-manek-shaw୧୯୬୨ରେ ଭାରତ-ଚାଇନା, ୧୯୬୫ରେ ଭାରତ-ପାକିସ୍ତାନ, ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ମାନେକଙ୍କ ଅବଦାନ ପାଇଁ ନୂଆ ରୂପ ନେଇଥିଲା।

୨୦୦୮ ଜୁନ୍‌ ୨୭ ତାରିଖରେ ଦେଶର ଏହି ମହାନ ବୀରଙ୍କ ପରଲୋକ ଘଟିଥିଲା।