ସୌଭାଗ୍ୟକୁ ବଞ୍ଚିଗଲେ

ପାଣାଜି: ଗୋଆ ବିମାନବନ୍ଦରରେ ଆଜି ଅପରାହ୍ନରେ ଏକ ବଡ଼ ଅଘଟଣ ଟଳିଯାଇଛି। ପ୍ରଶିକ୍ଷଣ କାର୍ଯ୍ୟରେ ନିୟୋଜିତ ଏକ ମିଗ୍‌-୨୯କେ ବିମାନ ରନ୍‌ୱେରୁ ବାହାରି ନିକଟସ୍ଥ ପଡ଼ିଆକୁ ଚାଲି ଯାଇଥିଲା। ଏହା ପରେ ଏଥିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ପରେ ପରେ ସେଥିରେ ଥିବା ଟ୍ରେନି ପାଇଲଟ୍‌ ବାହାରକୁ ଚାଲି ଆସିଥିଲେ। ଏହା ପରେ ନିଆଁକୁ ଲିଭାଇ ଦିଆଯାଇଥିଲା। ଏହି ଘଟଣାରେ କେହି ହତାହତ ହୋଇନାହାନ୍ତି।

ଏହି ଘଟଣା ଯୋଗୁଁ ଗୋଆ ବିମାନବନ୍ଦରରେ କିଛି ସମୟ ପାଇଁ ରନ୍‌ୱେକୁ ବନ୍ଦ କରି ଦିଆଯାଇଥିଲା। ତେଣୁ ବିମାନ ଚଳାଚଳ ବନ୍ଦ ରହିଥିଲା। ଗୋଆ ବିମାନ ବନ୍ଦର ନାଭାଲ୍ ବେସ୍ ଆଇଏନ୍‌ଏସ୍‌ ହଂସରୁ ପରିଚାଳିତ ହେଉଛି।