ଚୀନ୍‌ ସୀମାରେ ଭାରତୀୟ ବାୟୁସେନାର ଲଢୁଆ ବିମାନ ‘ସୁଖୋଇ’ ନିଖୋଜ

ନୂଆଦିଲ୍ଲୀ: ସୁଖୋଇ ବିମାନ ଉଭାନ । ଭାରତୀୟ ବାୟୁସେନାର ଲଢୁଆ ବିମାନ ସୁଖୋଇ-30 MKI ମଙ୍ଗଳବାର ଚୀନ ସୀମା ତଥା ଆଶାମର ତେଜପୁର ନିକଟରେ ନିଖୋଜ ହୋଇଥିବା ଜଣାପଡ଼ିଛି।  ବାୟୁସେନା ପକ୍ଷରୁ ଟ୍ରେନିଂ ଚାଲୁଥିବା ବେଳେ  ଏହି ବିମାନ ନିଖୋଜ ହୋଇଥିବା କୁହାଯାଉଛି।  ସେହିପରି ୨ ପାଇଲଟଙ୍କ ମଧ୍ୟ ପତ୍ତା ମିଳୁନି। ତେବେ ବିମାନଟି କ୍ରାସ୍‌ କରିଥିବା ଆଶଙ୍କା କରାଯାଉଛି।  ଏହା ପୂର୍ବରୁ ଗତ ମାର୍ଚ୍ଚ ୧୫ ତାରିଖରେ ରାଜସ୍ଥାନର ବାର୍ମର ଜିଲ୍ଲାରେ ଏକ ସୁଖୋଇ ବିମାନ କ୍ରାସ କରିଥିଲା। ଏଥିରେ ୩ ଜଣ ଗ୍ରାମବାସୀ ଆହତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା  ଭାରତୀୟ ବାୟୁସେନା ୨୪୦ଟି ସୁଖୋଇ ବିମାନରୁ ୭ଟି ବିମାନକୁ ହରେଇ ସାରିଲାଣି।