ୟୁପି ମୁଖ୍ୟମନ୍ତ୍ରୀ ଗୁଣ୍ଡା: ଟୁଇଟ୍‌ କରି ଫସିଗଲେ ଫରା ଖାନ୍‌ଙ୍କ ସ୍ବାମୀ

ଲକ୍ଷୌ:ସୋସିଆଲ ମିଡିଆରେ ୟୁପି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ ବିଷୟରେ ବିବାଦୀୟ  ଟିପ୍ପଣୀ କରି ସିନେ ନିର୍ମାତା ସିରିସ୍‌ କୁନ୍ଦର ଫସିଗଲେ । ୟୁପି ମୁଖ୍ୟମନ୍ତ୍ରୀଙ୍କ ନାଁରେ ମନ୍ତବ୍ୟ ଦେଇଥିବାରୁ ଶୁକ୍ରବାର ହଜରତଗଞ୍ଜ ପୋଲିସ ଥାନାରେ ତାଙ୍କ ନାଁରେ ମାମଲା ଦାଏର ହୋଇଛି ।  ସିରିସ୍‌ ଗତ ୨୧ତାରିଖରେ ଟ୍ୱିଟର ଜରିଆରେ କହିଥିଲେ, ଯଦି ଜଣେ ଗୁଣ୍ଡା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇପାରୁଛନ୍ତି, ତେବେ ଦାଉଦ ଇବ୍ରାହମ୍‌ ସିବିଆଇ ନିର୍ଦ୍ଦେଶକ ଓ ବିଜୟ ମାଲ୍ୟାଙ୍କୁ ଆରବିଆଇ ଗଭର୍ଣ୍ଣର କରାଯିବା ଦରକାର । ଏହାପରେ ସେ ଟ୍ୱିଟରରୁ ଏହି କଥାକୁ କାଟି ଦେଇଥିବା ସହ ବିନା ସର୍ତ୍ତରେ କ୍ଷମା ମାଗିଥିଲେ । ସିରିସ୍‌ ହେଉଛନ୍ତି ବଲିଉଡ୍‌ର ଜଣାଶୁଣା  ନିର୍ଦ୍ଦେଶକ ଫରା ଖାନ୍‌ଙ୍କ ସ୍ୱାମୀ ।