ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣକୁ ନେଇ ଆସିବ ଫିଲ୍ମ

ମୁମ୍ୱାଇ: ଆଗକୁ ପରଦାରେ ଦର୍ଶକ ଦେଖିବାକୁ ପାଇବେ ୨୬/୧୧ ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଆଧାରିତ ଫିଲ୍ମ। ଫିଲ୍ନ ନିର୍ମାତା ତଥା ଶିବସେନା ସାଂସଦ ସଞ୍ଜୟ ରାଉତ ଆଜି ଏହା ଘୋଷଣା କରିଛନ୍ତି। ତେବେ ଏହି ୨୬/୧୧ ଫିଲ୍ମଟି କେବଳ ମରାଠୀ ଭାଷାରେ ରିଲିଜ୍ ହେବ ବୋଲି ସେ କହିଛନ୍ତି। 

ସଞ୍ଜୟ ନିକଟରେ ରିଲିଜ୍ ହୋଇଥିବା ବାଲ୍ ଠାକରେଙ୍କ ଜୀବନୀ ସମ୍ବଳିତ ଫିଲ୍ମ ନିର୍ମାଣ କରିଥିଲେ। ଆଗାମୀ ଦିନରେ ବାଲ ଠାକରେ ଫିଲ୍ନର ଦ୍ୱିତୀୟ ଭାଗ ମଧ୍ୟ ଖୁବଶୀଘ୍ର ରିଲିଜ୍ ହେବ ବୋଲି ସଞ୍ଜୟ କହିଛନ୍ତି।