ଉନ୍ନାଓ ପୀଡ଼ିତାଙ୍କ କାର୍‌ ଦୁର୍ଘଟଣା ପ୍ରସଙ୍ଗ: ବିଜେପି ବିଧାୟକ ଓ ଅନ୍ୟ ୯ ଜଣଙ୍କ ନାଁରେ ଏଫ୍‌ଆଇଆର୍

ଉନ୍ନାଓ: ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ କାର୍‌ ଦୁର୍ଘଟଣାକୁ ନେଇ ସନ୍ଦେହ ବଢ଼ୁଥିବାରୁ ଏହି ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହି ଘଟଣାରେ ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ଆଜି ବିଜେପି ବିଧାୟକ କୁଲଦୀପ ସେନଗର, ତାଙ୍କ ଭାଇ ଓ ଅନ୍ୟ ୮ ଜଣଙ୍କ ବିରୋଧରେ ପୁଲିସ୍‌ ଏଫ୍‌ଆଇଆର ରୁଜୁ କରିଛି।

ଉନ୍ନାଓ ପୀଡ଼ିତା କାରରେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେ ବିଜେପି ବିଧାୟକ କୁଲଦୀପ ସେନଗରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିବାରୁ, ତାଙ୍କ ସମର୍ଥକମାନେ ଏଭଳି ଦୁର୍ଘଟଣା ଜାଣିଶୁଣି ଘଟାଇଛନ୍ତି ବୋଲି ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଦୁଷ୍କର୍ମ ମାମଲାରେ ଗତବର୍ଷ ଏପ୍ରିଲ ମାସରୁ କୁଲଦୀପ ସେନଗାର ଜେଲରେ ରହିଛନ୍ତି।

ଅନ୍ୟପକ୍ଷରେ ବିରୋଧୀ ଦଳଗୁଡ଼ିକ ସୁପ୍ରିମକୋର୍ଟ ନିଜ ଆଡ଼ୁ ଏହି ମାମଲାକୁ ବିଚାର କରନ୍ତୁ ବୋଲି ଦାବି କରିଛନ୍ତି। ଏଥିସହ ବିରୋଧୀ ଦଳଗୁଡ଼ିକ ଏହି ଘଟଣା ପାଇଁ ଉତ୍ତର ପ୍ରଦେଶ ସରକାରଙ୍କୁ ମଧ୍ୟ ଦାୟୀ କରିଛନ୍ତି।