ଜଳିଗଲା ବାଇକ୍‌, ବର୍ତ୍ତିଗଲା ପେଟ୍ରୋଲ ପମ୍ପ, ସିସିଟିଭି ଦେଖାଇଲା ସାହାସର କାହାଣୀ

ନୂଆଦିଲ୍ଲୀ:ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯାହାର ଚର୍ଚ୍ଚା ଏବେ ସବୁଠି ଦେଖିବାକୁ ମିଳୁଛି। ଚାଇନାର ଏକ ପେଟ୍ରୋଲ ପମ୍ପରେ ହଠାତ୍‌ ତେଲ ପକାଇବାକୁ ଆସିଥିବା ଏକ ବାଇକ୍‌ରେ ନିଆଁ ଲାଗିଯାଇଥିଲା। ଏଭଳି ମୂହୁର୍ତ୍ତରେ ଉପସ୍ଥିତ ବୁଦ୍ଧି ଖଟାଇ ପେଟ୍ରୋଲ ପମ୍ପର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ଯାହ ଫଳରେ ଏକ ବଡଧରଣର ଦୁର୍ଘଟଣା ଆଡ଼େଇ ହୋଇଯାଇଥିଲା। ଏଭଳି ଏକ ସାହାସିକାତର କାର୍ଯ୍ୟପାଇଁ କର୍ମଚାରୀଙ୍କୁ ୬୫ହଜାର୍‌ ୟାନ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା। ମେ ମାସ ୪ତାରିଖରେ ଏହି ଘଟଣା ସକାଳ ୯.୪୦ ମିନିଟ୍‌ରେ ଘଟିଥିଲା। ଯାହା ସିସିଟିଭି କ୍ୟାମେରାରୁ ଜଣାପଡିଛି।

ସିସିଟିଭି କ୍ୟାମେରାରୁ ଯାହା ଜଣାଯାଉଛି, ବାଇକରେ ହଠାତ୍‌ ନିଆଁ ଲାଗିବା ପରେ ବାଇକ ଚାଳକ ନିଆଁକୁ ଲିଭାଇବାକୁ ଯାଇ ବାଇକକୁ ଠେଲିଦେଇଥିଲେ। ଫଳରେ ତେଲ ବାହରକୁ ଆସିଯିବାରୁ ନିଆଁ ଜୋରରେ ଜଳିବାକୁ ଲାଗିଲା। ଚାହୁଁଚାହୁଁ ନିଆଁ ଉଗ୍ର ରୂପ ନେଇଥିଲା। ସଙ୍ଗେସଙ୍ଗେ କର୍ମଚାରୀମାନେ ନିଆଁକୁ ଲିଭାଇବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟଜଣେ କର୍ମଚାରୀ ନିଆଁ ଭତରକୁ ଯାଇ ବାଇକ୍‌କୁ ଟାଣି ଟାଣି ପେଟ୍ରୋଲ ପମ୍ପ ଠାରୁ ଦୂରକୁ ନେଇଯାଇଥିଲେ। ଫଳରେ ଅଳ୍ପକେ ଏକ ବଡ ଧରଣର ବିସ୍ଫୋରଣରୁ ରକ୍ଷା ମିଳି ଯାଇଥିଲା।

 

Courtesy by-China Global Television Network or CGTN.

Footage: Oil suppliers put out fire on a motorcycle in a gas station in SW China A man rode into a gas station for refueling his motorcycle at 9:00 a.m. on May 4 in the city of Yibin in Sichuan Province. He suddenly took out a lighter and set fire to his motorcycle’s gas tank as the fueling was just finished. The oil suppliers in the station reacted swiftly. A female oil supplier realized the danger first and attempted to control the fire with a fire extinguisher, but it wasn't that effective because of the gas. The motorcyclist then jumped into the blaze and was pulled from the fire by a worker in time. Then another three workers around came to help stop the fire and one of them pulled the burning motorcycle away from the gas station. Fortunately, the five oil suppliers stopped the raging fire and there were no casualties. They were also rewarded 65,000 yuan for the act.

CGTN यांनी वर पोस्ट केले शुक्रवार, २६ मे, २०१७