ଏମଟିଏନ୍‌ଏଲ୍‌ ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ: ସରକାରୀ ଟେଲିଫୋନ କମ୍ପାନୀ ଏମଟିଏନ୍‌ଏଲ୍‌ର ବାନ୍ଦ୍ରା ସ୍ଥିତ ଅଫିସରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅପରାହ୍ଣ ୩ଟା ବେଳେ ଏହି ୯ ମହଲା ବିଶିଷ୍ଟ ବିଲଡିଂର ୩ୟ ଓ ୪ର୍ଥ ମହଲାରେ ନିଆଁ ଲାଗିଥିଲା।

ଅଗ୍ନିକାଣ୍ଡ ବେଳେ ଏହାର ଛାତ ଉପରେ ଫସିଥିବା ୮୪ ଜଣଙ୍କୁ ଉଦ୍ଧାରକାରୀ ଦଳ କ୍ରେନ୍‌ ସାହାଯ୍ୟରେ ସୁରକ୍ଷିତ ଉଦ୍ଧାର କରିପାରି ଥିବା ଜଣାପଡ଼ିଛି। ଉଦ୍ଧାର ବେଳେ ଜଣେ ଅଗ୍ନିଶମ ଅଫିସର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସନ୍ଧ୍ୟା ୬ଟା ସୁଦ୍ଧା ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ଏମଟିଏନ୍‌ଏଲର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏକେ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି। ଅଗ୍ନିକାଣ୍ଡର ଖବର ପାଇ ୧୪ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ଏଥିସହ ରୋବୋଟ ଭ୍ୟାନ୍‌ ଓ ୧୭୫ ଜଣ ଉଦ୍ଧାରକାରୀ ସଦସ୍ୟ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।