ମୁମ୍ବାଇରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ମୁମ୍ବାଇର ୱର୍ଲି ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ। ୱର୍ଲି ପ୍ରଭାଦେବୀର ଏକ ଆପାର୍ଟମେଣ୍ଟ ୩୩ ତମ ମହଲାରେ ଲାଗିଛି ନିଆଁ। ନିଆଁ ଲିଭା କାର୍ଯ୍ୟରେ ୧୦ଟି ଦମକଳ ଗାଡ଼ି ନିୟୋଜିତ ଅଛନ୍ତି । ଦକ୍ଷିଣ ମୁମ୍ବାଇର ସଂଭ୍ରାନ୍ତ ଅଞ୍ଚଳ ଭାବେ ପ୍ରଭାଦେବୀ ଜଣାଶୁଣା ପ୍ରଭାଦେବୀ ଅଞ୍ଚଳରେ ରହିଛି  ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଘର।  ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଥିବା ଖବର ଆସି ନାହିଁ। ଆପାର୍ଟମେଣ୍ଟରୁ ୧୦୦ ଲୋକଙ୍କୁ  ସ୍ଥାନାନ୍ତର କରାଯାଇଛି।