ଦିଲ୍ଲୀ ଲୋକନାୟକ ଭବନରେ ନିଆଁ : ଇଡି, ସିବିଆଇ, ଆୟକର ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲ ସୁରକ୍ଷିତ ଅଛିତ ?

ନୂଆଦିଲ୍ଲୀ: ଦିଲ୍ଲୀର ଲୋକନାୟକ ଭବନରେ ନିଆଁ । ଅଗ୍ନିକାଣ୍ଡ ଘଟି ବହୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପୋଡ଼ିଯାଇଥିବା ବେଳେ କୌଣସି ମୃତାହତ ଖବର ଆସିନାହିଁ।  ଏହି ଭବନରେ ଦିଲ୍ଲୀ ସରକାରଙ୍କ ଅନେକ ସରକାରୀ କାର୍ଯ୍ୟାଳୟ ଥିବା ବେଳେ କେନ୍ଦ୍ରୀୟ କାର୍ଯ୍ୟାଳୟ ମଧ୍ୟ ରହିଛି। ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ), ସିବିଆଇ, ଆୟକର ବିଭାଗର କାର୍ଯ୍ୟାଳୟ ଆଦି ରହିଛି। ନିଆଁ ଲିଭାଇବା ପାଇଁ ୨୨ଟି ଦମକଳ ଗାଡ଼ି ନିୟୋଜିତ କରାଯାଥିଲା। ସଟସର୍କିଟ ଯୋଗୁ ତତୁର୍ଥ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ତେବେ ଅଗ୍ନିକାଣ୍ଡରେ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ସୁରକ୍ଷିତ ଥିବା ନେଇ ପ୍ରଶ୍ନ ଉଠିଛି।