କୁମ୍ଭମେଳା ପୂର୍ବରୁ ଭୟଙ୍କର ଅଗ୍ନିକାଣ୍ଡ

ଆହ୍ଲାବାଦ/ପ୍ରୟାଗରାଜ: ପ୍ରସିଦ୍ଧ କୁମ୍ଭମେଳା ଆୟୋଜନ ହେବାକୁ ଥିବା ଦିଗମ୍ବର ଅନି ଅଖରଠାରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏକ ସିଲିଣ୍ଡର ବିସ୍ଫୋରଣ ଯୋଗୁ ଏଠାରେ ଥିବା ଟେଣ୍ଟରେ ପ୍ରଥମେ ଅଗ୍ନିକାଣ୍ଡ ଘଟିଥିଲା।

ଏହାପରେ ନିଆଁ ଅନ୍ୟ ସ୍ଥାନକୁ ବ୍ୟାପିଥିଲା। ଅଗ୍ନିକାଣ୍ଡ ଯୋଗୁ ଏକାଧିକ ଟେଣ୍ଟ ଓ କାର୍‌ ପୋଡ଼ି ଜଳି ପାଉଁଶ ହୋଇଯାଇଛି। ତେବେ ଏଯାଏ ମୃତାହତଙ୍କ ଖବର ମିଳିନାହିଁ। ଏବେ ଏକାଧିକ ଅଗ୍ନିଶମ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏଥିସହ ଟେଣ୍ଟ ମଧ୍ୟରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

ଆସନ୍ତାକାଲି ପ୍ରସିଦ୍ଧ କୁମ୍ଭମେଳା ଆରମ୍ଭ ହେବା ପୂର୍ବରୁ ଏଭଳି ଅଗ୍ନିକାଣ୍ଡ ଲୋକଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।