ନିର୍ମାଣାଧୀନ ଯୁଦ୍ଧ ଜାହାଜରେ ନିଆଁ

ମୁମ୍ବାଇ:ମହାରାଷ୍ଟ୍ରର ଦକ୍ଷିଣ ମୁମ୍ବାଇଠାରେ ନିର୍ମାଣାଧୀନ ଯୁଦ୍ଧ ଜାହାଜ ‘ଆଇଏନ୍‌ଏସ୍‌ ବିଶାଖାପଟନମ୍‌’ରେ ନିଆଁ ଲାଗିଥିବା ସୂଚନା ମିଳିଛି। ନିଆଁର ମାତ୍ରା ଲେଭେଲ ୩ ରହିଥିବା ଜଣାପଡ଼ିଛି। ୮ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଛନ୍ତି। ଶେଷ ଖବର ସୁଦ୍ଧା କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ। ତେବେ ଜଣେ ଏବେ ମଧ୍ୟ ଫସିରହିଥିବା ସନ୍ଦେହ କରାଯାଉଛି। ତାଙ୍କୁ ଉଦ୍ଧାର କରିବାକୁ ସମସ୍ତ ପ୍ରୟାସ ଚାଲୁ ରହିଛି।

ଜାହାଜର ଦ୍ୱିତୀୟ ଏବଂ ତୃତୀୟ ଡେକ୍‌ରେ ନିଆଁ ଲାଗିଛି। ସନ୍ଧ୍ୟା ୫.୪୪ ବେଳକୁ ଏହି ଜାହାଜରେ ନିଆଁ ଲାଗିଥିଲା। ତଦନ୍ତ ପରେ ନିଆଁ ଲାଗିବାର କାରଣ ଜଣାପଡ଼ିବ ବୋଲି ସହରର ଅଗ୍ନିଶମ ବିଭାଗ ମୁଖ୍ୟ ପିଏସ୍‌ ରାହାଙ୍ଗଦଲେ କହିଛନ୍ତି।