ଗ୍ରେନ୍‌ଫେଲ୍‌ ଟାୱାରରେ ଭୟାବହ ଅଗ୍ନିକାଣ୍ଡ, ୬ ମୃତ: ୬୦୦ ଲୋକ ଫସିଥିବା ଆଶଙ୍କା

ନୂଆଦିଲ୍ଲୀ:ପଶ୍ଚିମ ଲଣ୍ଡନରେ ଥିବା ଗ୍ରେନ୍‌ଫେଲ୍‌ ଟାୱାରରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ଘଟିଛି।  ୫୦ ଜଣ ଆହତ ହୋଇଥିବା  ଜଣାପଡ଼ିଛି। ୧୨୦ ଫ୍ଲାଟ ବିଶିଷ୍ଟ ଏହି ଟାୱାରରେ ପ୍ରାୟ ୬୦୦ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଅଗ୍ନିକାଣ୍ଡକୁ ଆୟତ୍ତ ପାଇଁ ନିଆଁ ଲିଭା ଦଳ ପକ୍ଷରୁ ଉଦ୍ୟମ ଜାରି ରହିଛି।