ଲଣ୍ଡନ: ଜଳୁଛି କେମ୍‌ଡେନ୍ ଲକ୍ ମାର୍କେଟ୍‌

ଲଣ୍ଡନ: ଲଣ୍ଡନର କେମ୍‌ଡେନ୍ ଲକ୍ ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ  ୧୦ଟି ଦମକଳ ଗାଡ଼ି ଓ ୭୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ତେବେ ମୃତାହତ ନେଇ ସୂଚନା ମିଳିପାରି ନାହିଁ।

କେମଡେନ୍ ଲକ୍ ମାର୍କେଟ୍ ଲଣ୍ଡନର ଏକ ପ୍ରସିଦ୍ଧ ବଜାର। ଏହି ବଜାରରେ ରେଷ୍ଟୁରାଣ୍ଟ ଠାରୁ ଆରମ୍ଭ କରି ସବୁ ପ୍ରକାର କିଣାବିକା କରାଯାଇଥାଏ। ଏହା ସହିତ ପର୍ଯ୍ୟଟକଙ୍କ ପାଇଁ ଏହା ଏକ ପ୍ରସିଦ୍ଧ ସ୍ଥାନ।

ଗତକାଲି ବିଳମ୍ୱିତ ରାତିରେ ବଜାରରେ ନିଆଁ ଲାଗିବା ନେଇ ଜଣାପଡ଼ିବା ପରେ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ। ବଜାର ନିକଟରେ ବିଭିନ୍ନ ହୋଟେଲ ଥିବାରୁ ନିଆଁ ଲାଗିବା ଯୋଗୁଁ ଗ୍ୟାସ୍ ଟାଙ୍କି ଫାଟିବାର ଆଶଙ୍କା କରାଯାଉଛି। ପୋଲିସ୍ ଅଞ୍ଚଳକୁ ଖାଲି କରୁଛି।