ହୁ ହୁ ହୋଇ ଜଳୁଛି ବସ୍ତି

ମୁମ୍ବାଇ: ବାନ୍ଦ୍ରା ରେଳ ଷ୍ଟେସନ ପାଖ ବସ୍ତିରେ ଭୟଙ୍କର ନିଆଁ ଲାଗିଛି। ପୂରା ବସ୍ତି ହୁ ହୁ ହୋଇ ଜଳୁଛି। ଏହାକୁ ଲିଭାଇବାକୁ ୧୬ଟି ଦମକଳ ଗାଡି ଲାଗିଛନ୍ତି। ଏହାସହ ୧୭ଟି ଟ୍ୟାଙ୍କରକୁ ମଧ୍ୟ ନିୟୋଜିତ କରାଯାଇଛି।

ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ମୃତାହତର ସୂଚନା ମିଳିନାହିଁ। ତଥାପି ୩ଟି ଆମ୍ବୁଲାନ୍ସକୁ ଘଟଣା ସ୍ଥଳରେ ରଖାଯାଇଛି।

ନିଆଁର ପ୍ରକୋପ ଏତେ ଅଧିକ ରହିଛି ଯେ, ଏହା ଦ୍ୱାରା ବାନ୍ଦ୍ରା ଷ୍ଟେସନ୍‌ର ଫୁଟ୍‌ ଓଭରବ୍ରିଜ୍‌କୁ ମଧ୍ୟ ପ୍ରଭାବିତ କରିଛି।

ଏହି ବସ୍ତି ବାନ୍ଦ୍ରାର ପୂର୍ବରେ ବେହରାମପଡ଼ାରେ ରହିଛି। ଅଗ୍ନିକାଣ୍ଡ କାରଣରୁ ବାନ୍ଦ୍ରା-ଅନ୍ଧେରୀ ଲୋକାଲ ସେବାକୁ ବନ୍ଦ କରିଦିଆଯାଇଛି।